Latest Odisha News

BREAKING NEWS

ଭାରତରେ ଅସହ୍ୟ ଗରମ କାହିଁକି ହେଉଛି? ହିଟ୍‌ୱେଭ୍ ପଛରେ କଣ କହୁଛି ବୈଜ୍ଞାନିକ ରିପୋର୍ଟ?

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଗ୍ରୀଷ୍ମ ପ୍ରବାହ ପଛରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ କାରଣ ବୋଲି ଏବେ ବୈଜ୍ଞାନିକ ରିପୋର୍ଟ ସ୍ପଷ୍ଟ କରୁଛି। ‘କ୍ଲାଇମମିଟର’ ନାମକ ଏକ ବୈଜ୍ଞାନିକ ଅଧ୍ୟୟନରେ କୁହାଯାଇଛି ଯେ, ଭାରତରେ କେବଳ ଦିନର ତାପମାତ୍ରା ନୁହେଁ, ରାତିର ଗରମ ମଧ୍ୟ ଲଗାତାର ବଢୁଛି। ଏହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗଭୀର ଚିନ୍ତାର କାରଣ ହୋଇପାରେ।

 

ରିପୋର୍ଟ ଅନୁସାରେ, ଉତ୍ତର ଓ ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର ସମୟ ଓ ତୀବ୍ରତା ଦୁହିଁ ବଢିଛି। ପୂର୍ବରୁ ଯେଉଁଠାରେ କିଛି ଦିନ ମାତ୍ର ତାତି ରହୁଥିଲା, ଏବେ ସେହି ଅବସ୍ଥା ସପ୍ତାହ ଧରି ଜାରି ରହୁଛି। ବିଶେଷ କରି ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଅହମଦାବାଦ ଭଳି ସହରରେ ରାତିରେ ମଧ୍ୟ ତାପମାତ୍ରା ଅଧିକ ରହୁଛି। ଏହାର ଫଳରେ ଲୋକମାନେ ରାତିରେ ଠିକ୍ ଭାବେ ରେଷ୍ଟ ପାଇ ପାରୁନାହାନ୍ତି।

 

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ବାୟୁମଣ୍ଡଳରେ ବଢୁଥିବା କାର୍ବନ, ସହରୀକରଣ ଓ କଙ୍କ୍ରିଟ ଜଙ୍ଗଲ ବଢିବାରୁ ରାତିର ଗରମ କମୁନାହିଁ। ଏହାକୁ ‘ହିଟ୍ ଟ୍ରାପ୍’ ପ୍ରଭାବ ବୋଲି କୁହାଯାଏ। ସହରରେ ଗଛ କମିବା ଓ ଗାଡ଼ିର ସଂଖ୍ୟା ବଢିବା ମଧ୍ୟ ପରିସ୍ଥିତିକୁ ଅଧିକ ଖରାପ କରୁଛି।

 

ଏହି ପରିସ୍ଥିତିରେ ଡାକ୍ତରମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବୃଦ୍ଧ, ଶିଶୁ ଓ ରୋଗୀମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି କୁହାଯାଇଛି। ପ୍ରଚଣ୍ଡ ତାତି ଓ ଗରମ ରାତି ଶରୀରରେ ଡିହାଇଡ୍ରେସନ୍, ହିଟ୍‌ଷ୍ଟ୍ରୋକ ଓ ହୃଦରୋଗ ସମ୍ଭାବନା ବଢାଇପାରେ। ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରିଛନ୍ତି।

Leave A Reply

Your email address will not be published.