ମୁମ୍ବାଇ: ଆଇପିଏଲର ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୨ଟି ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ମୁମ୍ବାଇ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ରିପୋର୍ଟ ମୁତାବକ ମୁମ୍ବାଇ ଟିମର ମନ ମଧ୍ୟ ହାର୍ଦ୍ଦିକଙ୍କ ପ୍ରତି ଭରି ଯାଇଛି । ହାର୍ଦ୍ଦିକ ଟ୍ରେଡ ମାଧ୍ୟମରେ ମୁମ୍ବାଇ ଟିମ ଛାଡି ଚେନ୍ନାଇ ସୁପର କିଙ୍ଗସରେ ଯୋଗ ଦେଇ ପାରନ୍ତି । ଅବଶ୍ୟ ଏ ନେଇ ଦୁଇ ଫ୍ରାଂଚାଇଜ କିମ୍ବା ହାର୍ଦ୍ଦିକଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।
ଲିଗ ପର୍ଯ୍ୟାୟର ଶେଷ ମ୍ୟାଚରେ ହାର୍ଦ୍ଦିକ ଏକ ପୋଷ୍ଟ ଶେୟାର କରିଥିଲେ । ଯେଉଁଥିରେ ସେ ୦୭.୦୭ ଲେଖିଥିଲେ । ସେ ସମୟରେ ଏହାର ଅର୍ଥ ହଠାତ ବୁଝି ହୋଇ ନ ଥିଲା । ଏବେ ଏହି ନମ୍ବରକୁ ଏମଏସ ଧୋନୀଙ୍କ ଜର୍ସି ନମ୍ବର ସହ ଯୋଡାଯାଉଛି । ଯଦି ଏହା ହୋଇଥାଏ ତେବେ ଚେନ୍ନାଇ ଟିମ ମଧ୍ୟ ଶକ୍ତିଶାଳୀ ହେବ । ସଞ୍ଜୁ ସାମସନ ଓ ହାର୍ଦ୍ଦିକଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଅନ୍ୟ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ ।