ମୟୂରଭଞ୍ଜ:ଶିମିଳିପାଳରୁ ଆସିଲା ଖୁସିର ଖବର । ବାଘୁଣୀ “ଜିନ୍ନତ” ହୋଇଛି ମା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ ହୋଇଛି। ଗତ ମେ’ ୨୮ରେ ଟ୍ରାପ କରାଯାଇଛି। ଜିନ୍ନତ ଏବଂ ତାଙ୍କ ୪ ଛୁଆଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ।
ବନବିଭାଗ ପକ୍ଷରୁ ସବିଶେଷ ବିବରଣୀ ପିସିସିଏଫ ୫ତାରିଖରେ ସୂଚନା ଦେବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି ।
ବାଘୁଣୀ ଜିନ୍ନତକୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା–ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା ।ସେବେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖୁଥିଲା । ଏବେ ସେ ସଫଳତାର ସହିତ ମା’ ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି ।