Latest Odisha News

BREAKING NEWS

ହାତୀ ମୃତ୍ୟୁ ଘଟଣା; ଫରେଷ୍ଟର ନିଲମ୍ବିତ, ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଞ୍ଚଳର ଏକ ଫାର୍ମହାଉସରେ ପୋତାଯାଇଥିବା ହାତୀର ମୃତଦେହ ମିଳିବା ପରେ ବନ ବିଭାଗ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଏହି ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଅନୁଗୁଳ ଆରସିସିଏଫ୍ ହିନ୍ଦୋଳ ରେଞ୍ଜ ଅଧିକାରୀ ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି। ଦୀପ୍ତିରଞ୍ଜନଙ୍କୁ ବିନା ଅନୁମୋଦନରେ ଢେଙ୍କାନାଳ ଡିଏଫଓ ଅଫିସ ଛାଡି ନ ଯିବାକୁ କୁହାଯାଇଛି।

ହିନ୍ଦୋଳ ବ୍ଲକ ଅନ୍ତର୍ଗତ କନ୍ଦରାସୁଣୀ ଅଞ୍ଚଳର ଏକ ଘରୋଇ ଫାର୍ମହାଉସରୁ ହାତୀର ମୃତଦେହ ବାହାର କରାଯିବା ପରେ ଘଟଣାଟି ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ଫାର୍ମ ମାଲିକ ସୌରବାଡ଼ରେ ୧୧ କେଭି ବିଦ୍ୟୁତ୍‌ ଚାର୍ଜ କରି ହାତୀକୁ ମାରିଦେଇଥିଲେ । ଏହାପରେ ଘଟଣାକୁ ଲୁଚାଇବାକୁ ଯାଇ ନିଜ ଫାର୍ମହାଉସ୍ ପରିସରରେ ହିଁ ପୋତି ଦେଇଥିଲେ। ଯାହାପରେ ଫାର୍ମ ହାଉସ ମାଲିକ ପ୍ରମୋଦ କୁମାର ରାଜ୍ ଓରଫ କୁବେରଙ୍କୁ ଗିରଫ କରାଯାଇଥିଲା। ତାଙ୍କ ସମେତ ଜେସିବି ଡ୍ରାଇଭର କୁନୁ ଭୁତିଆ ଓ ସିକୁରିଟି ଗାର୍ଡ ରାଜୁ ଚୌଧୁରୀଙ୍କୁ ଗିରଫ କରିଛି। ସେହିପରି ଗାତ ଖୋଳାରେ ବ୍ୟବହାର ହୋଇଥିବା ଜେସିବିକୁ ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.