ନୂଆପଡା: ନୂଆପଡା ଜିଲ୍ଲା ପୋଲିସକୁ ପୁଣି ମିଳିଲା ବଡ ସଫଳତା l ଏକ ଜୁଆ ଆଡ୍ଡା ରେ ଚଢ଼ାଉ କରି ୨୨ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ ଲକ୍ଷ ୫୬ ହଜାର ୫୫ ଟଙ୍କା ଜବତ କରିବା ସହ ୨୦ ଗୋଟି ସ୍ମାର୍ଟ ଫୋନ୍, ୬ ଗୋଟି ମୋଟର ସାଇକେଲ ଓ ୪ ଗୋଟି ତାସ ପ୍ୟାକେଟକୁ ଜବତ କରିଛି । ଏନେଇ ନୂଆପଡା ଏସପି ସୂଚନା ଦେଇଛନ୍ତି l
ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଓ ଖଡ଼ିଆଳ ରୋଡ ଜୋଙ୍କ ଆଇଆଇସି ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରି ସ୍ଥାନୀୟ ଝଲବାହାଲ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ପୋଲିସ ୨୨ ଜଣଙ୍କୁ କାବୁ କରିଥିବା ବେଳେ ଦୁଇ ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି l ସମସ୍ତ ଜୁଆଡ଼ି ନୂଆପଡା ସହ ବଲାଙ୍ଗୀର ଓ ଛତିଶଗଡ ମହାଶମୁନ୍ଦ ଅଞ୍ଚଳର ବୋଲି ଜଣାପଡିଛି l
ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ନାମରେ ପୂର୍ବରୁ ମାମଲା ଥିବା ପୋଲିସ ସୂଚନା ଦେଇଛି l ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରି ତଦନ୍ତ ଜାରି ରହିଛି, ନୂଆପଡା ଜିଲ୍ଲାରେ ବେଆଇନ କାମକୁ ପ୍ରଶୟ ଦିଆଯିବ ନାହିଁ ପୋଲିସ ସଜାଗ ଅଛି, ବେଆଇନ କାମ ଛାଡ଼ ନଚେତ ନୂଆପଡା ଛାଡ଼ ବୋଲି ଏସପି ଅପରାଧି ଙ୍କୁ କଡା ଚେତାବନି ଦେଇଛନ୍ତି l