Latest Odisha News

BREAKING NEWS

Private Bus Strike:୧୦ରେ ହେବାକୁ ଥିବା ବସ୍‌ ଧର୍ମଘଟ ସ୍ଥଗିତ; ରାଜ୍ୟ ସରକାରଙ୍କୁ ସମୟ ଦେଲା ସଂଘ

ଭୁବନେଶ୍ବର: ୧୦ ତାରିଖରେ ହେବାକୁ ଥିବା ବସ୍‌ ଧର୍ମଘଟ ସ୍ଥଗିତ ରହିଲା । ଶୁକ୍ରବାର STA କମିଶନଙ୍କ ସହ ଆଲୋଚନା ପରେ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି।

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ଘରୋଇ ବସ ମାଲିକ ସଂଘ । ୧୪ ଟି ପାରାମିଟର ନେଇ ବସ ଭଡା ବୃଦ୍ଧି ପାଇଁ ପ୍ରସ୍ତାବ ରଖିଛି ସଂଘ । ରାଜ୍ୟରେ ବସ ଭଡା ବୃଦ୍ଧି ପ୍ରସଙ୍ଗରେ ପରିବହନ କମିଶନର ଅମିତାଭ ଠାକୁରଙ୍କ ସହିତ ବସ ମାଲିକ ସଙ୍ଘ ଆଲୋଚନା କରିଛି ।

ଦାବି ନ ଶୁଣିଲେ ଆସନ୍ତା୧ରେ ବୈଠକରେ ଧର୍ମଘଟକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.