Latest Odisha News

BREAKING NEWS

କଲରାପତରିଆ ବାଘ ଛାଲ ଡିଲ୍ ବେଳେ ଚଢ଼ାଉ: ୮ ଗିରଫ

ରାୟଗଡ଼ା:କଲରାପତରିଆ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବାଘ ଛାଲ ବେପାର କରୁଥିବା ବେଳେ ଜଙ୍ଗଲ ବଭାଗ କର୍ମଚାରୀମାନେ ୮ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବାଘ ଚମଡ଼ା ଜବତ କରିଛନ୍ତି ।

ଏହି ଘଟଣାରେ ପୋଲିସ କଳାହାଣ୍ଡି ଜିଲ୍ଲାର ୩ଜଣ ଓ ରାୟଗଡା ଜିଲ୍ଲାର ୫ଜଣଙ୍କୁ ଗିରଫ କରିବା ସହ ୩ଟି ବାଇକ୍ ଓ ମୋବାଇଲ୍ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇଁ ଆଜି ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଏକ ଘରେ ଚଢାଉ କରିଥିଲା ।

ସୂଚନାନୁସାରେ, ରାୟଗଡ଼ା ଜିଲ୍ଲାରୁ ଗତ ୨ବର୍ଷ ମଧ୍ୟରେ ପାଖାପାଖି ୧୦ଟି କଲରାପତରିଆ ବାଘ ଛାଲ ଜବତ ହେଲାଣି ।

ଏହି ଚଢ଼ାଉରେ ରାୟଗଡ଼ା ରେଞର ଅନୀଲ ପାଣିଗ୍ରାହି, କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡା, ଗୌରୀ ଶଙ୍କର ସାହୁ, ରବି ଚନ୍ଦ୍ର ପାତ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ବର୍ତ୍ତମାନ ମିଳିଥିବା କଲରାପତରିଆ ବାଘ ଛାଲକୁ କଳାହାଣ୍ଡି ଜିଲ୍ଲା କର୍ଲାପାଟ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଅଣାଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.