ଦେବଗଡ଼:ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ । ଦେବଗଡ଼ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଏକ ଅଣ୍ଡିରା ଶିଶୁ ଶାବକ ହାତୀର ଶବ ଉଦ୍ଧାର ହୋଇଛି। କେଉଁ କାରଣରୁ ମୃତ୍ୟୁ ଘଟିଛି ଜଣା ପଡ଼ି ନ ଥିବା ବେଳେ ତଦନ୍ତ ଚାଲିଛି ।
ଖବର ପାଇ ପ୍ରଥମେ ଫରେଷ୍ଟର ମନ୍ମଥ ବେହେରା, ଫରେଷ୍ଟ ଗାର୍ଡ ବାହାନ ବେହେରା ସଦଳବଳ ପହଞ୍ଚି ଦେଖିଥିଲେ। ଶୁକ୍ରବାର ଅପରାହ୍ନରେ ଅନୁଗୁଳ ଜିଲା ପଟୁ ଦଳବଦ୍ଧ ଭାବେ ହାତୀ ଆସିଥିଲେ। ମାତ୍ର କୌଣସି କାରଣରୁ ଏହି ଅଣ୍ଡିରା ଶିଶୁ ଶାବକ ହାତୀ ମୃତ୍ୟୁ ଘଟିଥିଲା। ଆଜି ସକାଳ ହେବାରୁ ଅନ୍ୟ ହାତୀ ଛାଡ଼ି ଯାଇଥିଲେ। କିଛି ସ୍ଥାନୀୟ ଜନସାଧାରଣ ମୃତ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ।

Comments are closed.