Latest Odisha News

BREAKING NEWS

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ; ଜଣେ ଅଟକ

ନୟାଗଡ:ଗଣିଆ ଥାନା ଅନ୍ତର୍ଗତ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା । ମୃତକ ଜଣକ ହେଲେ କିଶୋର ପ୍ରସାଦ ପଞ୍ଚାୟତ ଅଧୀନ ପତୁରିଆ ଗାଁର ରବୀନ୍ଦ୍ର ନାୟକ (୨୮)। ରବୀନ୍ଦ୍ର ନିଜ ଗ୍ୟାରେଜରେ ସନ୍ଧ୍ୟାରେ ବସିଥିବା ବେଳେ, ଏକ କାର୍ ରେ କେତେ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିକରି ଚାଲି ଯାଇଥିଲା । ତେବେ ଗୁଳିକାଣ୍ଡର କାରଣ ଜଣାପଡି ନାହିଁ।

ଗୁଳିଟି ରବିନ୍ଦ୍ରଙ୍କ ଛାତିରେ ପଶି ପିଠି ପଟେ ବାହାରିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗୁଳିକାଣ୍ଡକୁ ନେଇ ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିବା ସହ ବନ୍ଧୁକ ଜବତ କରିଛି।

Leave A Reply

Your email address will not be published.