Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ମହିଳା ରିଲେ ଦଳକୁ ସ୍ୱର୍ଣ୍ଣ, ପୁରୁଷ ଦଳକୁ ରୌପ୍ୟ ପଦକ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ଦୂତି ଚାନ୍ଦ ଓ ଜିନସନ ଜନସନଙ୍କ ସମସ୍ତ ପ୍ରାୟ ସମସ୍ତ ଆଥଲେଟ୍ ଭାରତ ଲାଗି ଏକାଧିକ ପଦକ ଆଣିଦେଇଛନ୍ତି ।

ତେବେ ୪ ଗୁଣା ୪୦୦ ମିଟର ମହିଳା ରିଲେ ଦଳ ଭାରତକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି । ଭାରତୀୟ ମହିଳା ଦଳ ୩:୨:୭୨ ସେକେଣ୍ଡ ସମୟ ନେଇ ଦୌଡ଼ ଶେଷ କରି ପ୍ରଥମ ହୋଇଥିଲେ । ଏହି ମହିଳା ରିଲେ ଦଳରେ ପୁବାମ୍ମା, ସରିତାବେନ ଗାୟକୱାଡ଼, ବିସ୍ମୟା କୋରଥ ଏବଂ ହିମା ଦାସ ପ୍ରତିନିଧିତ୍ୱ କରିଥିଲେ ।

ଏହି ସ୍ୱର୍ଣ୍ଣ ପଦକ ହାସଲ ଫଳରେ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ସେହିପରି ଭାରତୀୟ ପୁରୁଷ ଦଳର ଆଥଲେଟ କୁନୁ ମହମ୍ମଦ ପୁଥାନ କୁରାକାଲ, ଧରୁଣ ଆୟାସାମି, ମହମ୍ମଦ ଆନସ ଏବଂ ଆରୋକିଆ ରାଜୀବ ପୁରୁଷ ରିଲେ ଦଳକୁ ରୌପ୍ୟ ପଦକ ଜିତାଇଛନ୍ତି ।

Leave A Reply

Your email address will not be published.