ସମ୍ବଲପୁର: ରାୟଗଡ଼ା କଲ୍ୟାଣସିଂହପୁର ହିଂସା ଘଟଣାର କିଛି ସମୟ ନବିତୁଣୁ ସମ୍ବଲପୁରରେ ମଧ୍ୟ ସମାନ ଭିଡ ହିଂସା ଦେଖିବାକୁ ମିଳିଛି। ପିଲା ଚୋର ସନ୍ଦେହରେ କେରଳର ଜଣେ ଶ୍ରମିକଙ୍କୁ ପ୍ରଚଣ୍ଡ ମାଡ଼ ମରାଯାଇଛି। କ୍ଷେତରାଜପୁର ଅଞ୍ଚଳର ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଘୋଷାରି ଘୋଷାରି ନେଉଥିବା ସହ ଲାତ, ଗୋଇଠା ମାରୁଥିବାର ଭିଜୁଆଲ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ସହ କିଛି ଯୁବକ ବ୍ୟକ୍ତିଙ୍କ ବ୍ୟାଗକୁ ଖୋଲି ଯାଞ୍ଚ କରୁଥିବା ବେଳେ ତଳେ ଶୁଆଇ ମାଡ଼ ମାରୁଥିବାର ଭିଡିରେ ଦେଖିବାକୁ ମିଳିଛି l
କିଛି ଉତ୍ୟକ୍ତ ଯୁବକ ବ୍ୟକ୍ତିଙ୍କ ଚାରିପଟେ ଘେରି ରହିଥିବାର ଦେଖିବାକୁ ମିଳିଛି l ତେବେ ଏହି ଘଟଣା ନେଇ କ୍ଷେତରାଜପୁର ପୋଲିସ ସୂଚନା ପାଇଁ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ l ପଚରା ଉଚରା ପରେ ବ୍ୟକ୍ତିଙ୍କ ପରିଚୟ ମିଳିଛି ବୋଲି ପୋଲିସ ସୂଚନା ଦେଇଛି l ବ୍ୟକ୍ତି ଜଣକ କେରଳି ଭାଷାରେ କଥା ହେଉଛନ୍ତିl
ସେ ହୁଏତ କେରଳର ହୋଇପାରନ୍ତିl କାମ ଅନ୍ବେଷଣରେ ସେ ଏଠାକୁ ଆସିଥିଲେ ବୋଲି ପୋଲିସ ସୂଚନା ଦେଇଛିl ଯୁବକଙ୍କୁ ପିଲା ଚୋର ଭାବି ବଡ଼ବାଜାର ଧୂବାପଡ଼ା ଅଞ୍ଚଳର କିଛି ଲୋକ ତାଙ୍କୁ ଧରିପକେଇଥିଲେl ତେବେ କଥା ହେଲା ବେଳକୁ ତାଙ୍କ ଭାଷା ନବୁଝିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ପରିସ୍ଥିତି ଉତ୍ପନ୍ନ ହୋଇଥିଲାl ତେବେ ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନାହିଁl
