Latest Odisha News

BREAKING NEWS

ପ୍ୟୁ ରିସର୍ଚ୍ଚ ସର୍ଭେରେ ଖୁଲାସା; ଟ୍ରମ୍ପଙ୍କ ଉପରୁ ଉଠିଲା ଭାରତୀୟଙ୍କ ବିଶ୍ୱାସ, ବେଶି ପସନ୍ଦରେ ଅଛନ୍ତି ପୁଟିନ

ନୂଆଦିଲ୍ଲୀ: ଆମେରିକା ଏବଂ ତାର ରାଷ୍ଟ୍ରପତିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବହୁତ ହ୍ରାସ ପାଇଛି । ପ୍ୟୁ ରିସର୍ଚ୍ଚର ନୂତନ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, କାରଣ ଭାରତୀୟମାନେ ଏବେ ଟ୍ରମ୍ପଙ୍କ ଅପେକ୍ଷା ରୁଷ ରାଷ୍ଟ୍ରପତିଙ୍କୁ ବେଶ ପସନ୍ଦ କରୁଛନ୍ତି । ଗତ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଆମେରିକା ସରକାରଙ୍କ ଉପରେ ଭାରତୀୟମାନଙ୍କର ବିଶ୍ୱାସ ନିମ୍ନ ସ୍ତରକୁ ପହଞ୍ଚିଛି । ଆମେରିକା ବିଷୟରେ ଏହି ନକାରାତ୍ମକ ମତ ଏବେ ଐତିହାସିକ ଏବଂ ରେକର୍ଡ ସ୍ତରକୁ ଅତିକ୍ରମ କରିଛି ।

ପ୍ୟୁ ରିସର୍ଚ୍ଚ ସେଣ୍ଟରର ୨୦୦୨୬ ଗ୍ଲୋବାଲ୍ ଓପିନିଅନ୍ ସର୍ଭେରୁ ନୂତନ ତଥ୍ୟ ଅନୁସାରେ, ୫୧ ପ୍ରତିଶତ ଭାରତୀୟ ଭ୍ଲାଦିମିର ପୁଟିନଙ୍କ ଉପରେ ସର୍ବାଧିକ ବିଶ୍ୱାସ ପ୍ରକାଶ କରନ୍ତି । ଡୋନାଲ୍ଡ ଟ୍ରମ୍ପ ମାତ୍ର ୩୯ ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୩୪ ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେମାନଙ୍କ ପରେ ୩୩ ପ୍ରତିଶତ ସହିତ ଇମାନୁଏଲ୍ ମାକ୍ରନ୍, ୨୯ ପ୍ରତିଶତ ସହିତ ଭୋଲୋଡିମିର୍ ଜେଲେନ୍ସକି ଏବଂ ୨୫ ପ୍ରତିଶତ ସହିତ ସି ଜିନପିଙ୍ଗ ଅଛନ୍ତି ।

ଏହି ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ, ପାକିସ୍ତାନ ଏବଂ ତୁର୍କୀ ଭଳି ଅନେକ ମୁସଲିମ ଦେଶ ମଧ୍ୟ ଆମେରିକାକୁ ଆଦୌ ପସନ୍ଦ କରନ୍ତିନି । ଅନ୍ୟ ବିଦେଶୀ ନେତାଙ୍କ ତୁଳନାରେ ଭାରତୀୟମାନେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ସର୍ବାଧିକ ବିଶ୍ୱାସ ପ୍ରକାଶ କରିଥିଲେ । ଏହି ରିପୋର୍ଟ ବିଶ୍ୱ ରାଜନୀତିରେ ଆମେରିକାର ଦୁର୍ବଳ ସ୍ଥିତି ଏବଂ ବିଶ୍ୱସନୀୟତାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ବିଶ୍ୱର ଅନ୍ୟାନ୍ୟ ଦେଶ ମଧ୍ୟ ଟ୍ରମ୍ପଙ୍କ ପ୍ରତିଛବି ଏବଂ ତାଙ୍କ କାର୍ଯ୍ୟ ପଦ୍ଧତି ପ୍ରତି ଯଥେଷ୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତରୀୟ ଶୁଳ୍କ ନୀତି ଏବଂ ତାଙ୍କ କଠୋର ନିଷ୍ପତ୍ତିକୁ ଭାରତୀୟମାନେ ଆଦୌଁ ପସନ୍ଦ କରିନାହାଁନ୍ତି । ସର୍ଭେରେ ସାମିଲ ହୋଇଥିବା ଭାରତୀୟଙ୍କ ମଧ୍ୟରୁ କେବଳ ୩୨ ପ୍ରତିଶତ ଖୋଲାଖୋଲି ଭାବରେ ତାଙ୍କର କଠୋର ଇମିଗ୍ରେସନ ନୀତିକୁ ସମର୍ଥନ କରିଥିଲେ । ଏହା ବ୍ୟତୀତ, ଭେନେଜୁଏଲା ପ୍ରସଙ୍ଗରେ ୧୭ ପ୍ରତିଶତ ଏବଂ ଇରାନ ବିବାଦରେ ୨୮ ପ୍ରତିଶତ ତାଙ୍କୁ ସମର୍ଥନ କରିଥିଲେ । ଏହି କାରଣରୁ ଟ୍ରମ୍ପଙ୍କ ଉପରେ ଭାରତୀୟମାନଙ୍କର ସାମଗ୍ରିକ ବିଶ୍ୱାସ ୫୨ ପ୍ରତିଶତରୁ ଯଥେଷ୍ଟ ହ୍ରାସ ପାଇଛି ।

Leave A Reply

Your email address will not be published.