Latest Odisha News

BREAKING NEWS

ସଙ୍ଗକାରାଙ୍କ ବଡ ଖୁଲାସା, ୧୩ ଛକା ମାରିବେ ବୋଲି କହିଥିଲେ ବୈଭବ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳର ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନି । ଭାରତ ଏହି ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ୱିତୀୟ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ବୈଭବଙ୍କ ସାହସ ନେଇ କୁମାର ସଙ୍ଗକାରା ଏକ ବଡ ଖୁଲାସା କରିଛନ୍ତି । ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୨୦ ରନର ଟାର୍ଗେଟ ରଖିଥିଲା । ଦଳ ଚାପରେ ଥିବା ବେଳେ ବୈଭବ ମ୍ୟାଚରେ ୧୩ ଛକା ମାରିବେ ବୋଲି କହିଥିଲେ । ସେ ୧୩ ବଦଳରେ ୧୦ ଛକା ମାରିଥିଲେ ।

ବୈଭବ ଏହି ମ୍ୟାଚରେ ୯୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ରାଜସ୍ଥାନ ୭ ୱିକେଟରେ ମ୍ୟାଚ ଜିତିଥିଲା । ଗୌହାଟୀ କ୍ୟାମ୍ପରେ ଜୋଫ୍ରା ଆର୍ଚ୍ଚରଙ୍କ ବୋଲିଂକୁ କେହି ସାମ୍ନା କରିବା ପାଇଁ ଚାହୁଁ ନ ଥିଲେ । ବୈଭବ କିନ୍ତୁ ଅଭ୍ୟାସ କରିଥିଲେ । ତାଙ୍କ ବ୍ୟାଟିଂ ଦେଖି ଆର୍ଚ୍ଚର ଆଶ୍ଚର୍ଯ୍ୟଚକିତ ହୋଇ ପଡିଥିଲେ । ବୈଭବ ନିକଟରେ ଯେଉଁ ପ୍ରତିଭା ରହିଛି ସେ ନିଶ୍ଚିତ ଭାବେ ଆନ୍ତର୍ଜାତୀୟ କ୍ୟାରିୟରରେ ବେଶ ନାମ କମାଇବେ ବୋଲି ସଙ୍ଗକାରା କହିଛନ୍ତି ।

Leave A Reply

Your email address will not be published.