Latest Odisha News

BREAKING NEWS

୨ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଶୁଣାଣି; ଉଭୟ ଦୋଷୀଙ୍କୁ ଜେଲ୍‌ ଦଣ୍ଡ

ଭୁବନେଶ୍ବର: ଭିନ୍ନଭିନ୍ନ ସ୍ଥାନରେ ୨ଜଣ ନାବାଳିକାଙ୍କୁ କରାଯାଇଥିବା ଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ମାମଲାରେ ଦୋଷୀକୁ ଅଦାଲତ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ସେହିପରି ଯାଜପୁର ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ସ୍ବତନ୍ତ୍ର ପୋକସୋ କୋର୍ଟ ।

ସୂଚନାଥାଉକି, ଗତବର୍ଷ ଜୁନ ୨୨‌ ତାରିଖରେ ଝାରସୁଗୁଡ଼ା ବନହରପାଲି ଥାନା ଅଂଚଳରେ ଜଣେ ୬ ବର୍ଷୀୟା ନାବାଳିକାକୁ ତାଙ୍କ ପଡ଼ୋଶୀ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ଅଜୟ ସିଂ (୩୦)ଙ୍କ ବିରୋଧରେ ପ୍ରମାଣପତ୍ର ଏବଂ ୩୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୨୦ ବର୍ଷୀୟ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କୁ ପଚାଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁଷ୍କର୍ମ ପୀଡ଼ିତାଙ୍କୁ ସରକାର ଆଠ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଯାଜପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅନ୍ୟ ଏକ ମାମଲାର ଶୁଣାଣି କରିଛନ୍ତି। ଜଣେ ୧୭ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀଙ୍କୁ ୧୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ହେଲା ବ୍ୟାସନଗର ପୌରାଞ୍ଚଳ ସାପଗାଡ଼ିଆ ଗାଁର କିରଣ ମୁଖୀ । ୨୦୨୫ରେ ଯାଜପୁର ରୋଡ଼ ଅଞ୍ଚଳରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡ଼ିତା ପରିବାର ପକ୍ଷରୁ ଯାଜପୁର ରୋଡ଼ ଥାନାରେ ଅଭିଯୋଗ କରାଯାଇଥିଲା। ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.