ସୁନ୍ଦରଗଡ଼: ଏସଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ସବଡ଼େଗା ବ୍ଲକ୍ ଗାଙ୍ଗପୁରଗଡ଼ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଘନଶ୍ୟାମ ବୁଖ୍ରା ନିଲମ୍ବିତ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରିପୋର୍ଟରେ ତାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ତେଜସ୍ବିନୀ ବେହେରା ନିଲମ୍ବନ କରିଛନ୍ତି।
ଶିକ୍ଷକ ଘନଶ୍ୟାମ ବୁଖ୍ରା ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ଥାଇ ଗତ ସପ୍ତାହରେ ବିଭାଗୀୟ ଅଧିକାରୀଙ୍କ ଅନୁମତି ବିନା ମୁମ୍ବାଇ ଚାଲି ଯାଇଥିଲେ। ସବଡେଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଶୋଧନ କାର୍ଯ୍ୟର ଦୈନିକ ତଥ୍ୟ ନେବାକୁ ତାଙ୍କ ସହ ଯୋଗାଯୋଗ କରିବା ପରେ ସେ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା। ତାଙ୍କ ମୋବାଇଲ୍ ବନ୍ଦ ଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ଘର ବ୍ଲକ୍ର କୁଲବା ବାଙ୍କିବାହାଲକୁ ଯାଇଥିଲେ। ସେ ମୁମ୍ବାଇ ଯାଇଥିବା ସୂଚନା ମିଳିଥିଲା ।
ଏହାପରେ ଅଧିକାରୀ ତଳସରା ବିଧାନସଭା କ୍ଷେତ୍ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତେଜସ୍ବିନୀ ବେହେରାଙ୍କୁ ଶିକ୍ଷକ ବାହାର ରାଜ୍ୟରେ ଥିବା ରିପୋର୍ଟ ଦେଇଥିଲେ। ଏହା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
