ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ପିନାକୀ ପଟ୍ଟନାୟକଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ଭାବରେ ନିଯୁକ୍ତ କରିଛନ୍ତି।
ସେ ବର୍ତ୍ତମାନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଅତିରିକ୍ତ ସଚିବ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି ।
ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବଙ୍କ ପ୍ରମୁଖ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଥିବା ସୁରେଶ ଚନ୍ଦ୍ର ଦାସଙ୍କ ଅବସରକାଳୀନ ବିଦାୟସମ୍ବର୍ଦ୍ଧନା ପରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।
