ଭୁବନେଶ୍ବର: ନର୍ଲାରେ ୧୨ଘଣ୍ଟିଆ ରେଳ ରୋକ ଆନ୍ଦୋଳନ । ଏହି ରୁଟ୍ ରେ ଚାଲୁଥିବା ଟ୍ରେନର ରହଣି ଦାବୀ କରି ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ରେଳ ଧାରଣାରେ ବସି ପ୍ରତିବାଦ କରୁଛନ୍ତି । ନର୍ଲା ସ୍ୱାଭିମାନ ମଞ୍ଚର ଆହ୍ୱାନରେ ଆଜି ସକାଳୁ ଆରମ୍ଭ ହୋଇଛି ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ ।
ତେବେ ଘଟଣାସ୍ଥଳରେ କେସିଙ୍ଗା SDPOଙ୍କ ନେତୃତ୍ୱରେ ପୋଲିସ ଟିମ, ସମ୍ବଲପୁର ଏବଂ ଟିଟିଲାଗଡ଼ ର ବରିଷ୍ଠ ରେଳ ଅଧିକାରୀ ମାନେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରୁଛନ୍ତି ।
ଏପଟେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ରହିଛି ।
ଏହି ଆନ୍ଦୋଳନ ଯୋଗୁଁ ସେହି ରେଳପଥରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନେକ ଟ୍ରେନ୍ର ସମୟସୂଚୀ ପ୍ରଭାବିତ ହୋଇପାରେ ।
Embed Video
