ବେଜିଂ: ମାରାତ୍ମକ କରୋନା ଭୂତାଣୁ ପୁଣି ଜଣେ ଡାକ୍ତରଙ୍କ ଜୀବନ ନେଇଛି । ତେବେ ବଡ କଥା ହେଉଛି ଏହି ଭୂତାଣୁକୁ ପ୍ରଥମେ ଚିହ୍ନଟ କରି ଲୋକଲୋଚନକୁ ଆଣିଥିବା ଡାକ୍ତର ହିଁ ଭୂତାଣୁର ଶୀକାର ହୋଇଛନ୍ତି । ଦୀର୍ଘଦିନ ହେଲା କରୋନାରେ ସଂକ୍ରମିତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଚୀନ୍ ଉହାନର ଡାକ୍ତର ଲି ୱେନଲିଆଙ୍ଗଙ୍କ ଆଜି ମୃତ୍ୟୁ ହୋଇଛି । ପିପୁଲସ ଡେଲିରେ ଡାକ୍ତରଙ୍କ ମୃତ୍ୟୁ ବାବଦରେ ସୂଚନା ଦିଆଯିବା ସହ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଛି ।
୨୦୧୯ ଡିସେମ୍ବର ୩୦ ତାରିଖରେ ପ୍ରଥମେ ଲି ୱେନଲିଆଙ୍ଗ ହିଁ କରୋନା ଭୂତାଣୁକୁ ଚିହ୍ନଟ କରିଥିଲେ । ମେଡିକାଲକୁ ଆସିଥିବା ସ୍ଥାନୀୟ ଅଂଚଳର ୭ ଜଣ ରୋଗୀଙ୍କ ଠାରେ ସାର୍ସ ଭଳି ଲକ୍ଷଣ ଦେଖାଦେଇଥିବା ବେଳେ ପରୀକ୍ଷା ପରେ ଏହି ରୋଗ କରୋନା ଭୂତାଣୁ ଜନିତ ବୋଲି ସେ ଜାଣିବାକୁ ପାଇଥିଲେ । ଏନେଇ ସେ ସରକାରଙ୍କୁ ସତର୍କ କରାଇଥିଲେ । ଏପରିକି ସେ ପଢୁଥିବା ପୁରାତନ ସ୍କୁଲ ଗ୍ରୁପରେ ମଧ୍ୟ କରୋନା ଭୂତାଣୁ ବାବଦରେ ସୂଚନା ଦେଇଥିଲେ । ସାଙ୍ଗସାଥୀ ଓ ପରିବାରକୁ ସେ ପଠାଇଥିବା ମେସେଜ ଓ ଭିଡିଓ ପରେ ଭାଇରାଲ୍ ହୋଇଥିଲା । ଏବଂ ବିଶ୍ୱ ସାମ୍ନାକୁ ଆସିଥିଲା କରୋନା ଭୂତାଣୁର ଭୟଙ୍କର ସତ ।
BREAKING NEWS
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ

Comments are closed.