Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: ଆରମ୍ଭ ହେଲା ୭୦ଟି ବିଧାନସଭା ଆସନ ଲାଗି ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହେଉଛି ନିର୍ବାଚନ । ଦିଲ୍ଲୀର ସମୁଦାୟ ୧.୫ କୋଟି ଯୋଗ୍ୟ ଭୋଟର୍ ଏହି ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ଲାଗି ସମୁଦାୟ ୬୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଆଜି ସନ୍ଧ୍ୟା ୬ଟା ୩୦ ସମୟରେ ବୁଥ୍ ବାହୁଡ଼ା ଫଳାଫଳ ବା ଏକଜିଟ୍ ପୋଲ୍ ଫଳାଫଳ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରସାରିତ ହେବ । ନିର୍ବାଚନ କମିଶନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ଏହି ଏକଜିଟ୍ ପୋଲ ଘୋଷଣାକୁ ବ୍ୟାନ କରିଛନ୍ତି ।

ତେବେ ନିର୍ବାଚନ କମିଶନଙ୍କ ସୂଚନାନୁଯାୟୀ ଦିଲ୍ଲୀର ସମୁଦାୟ ଭୋଟର ହେଉଛନ୍ତି ୧,୪୬,୯୨, ୧୩୬ ଜଣ ବ୍ୟକ୍ତି । ସେଥିମଧ୍ୟରୁ ୮୦.୫୫ ଜଣ ପୁରୁଷ ଭୋଟର୍ ଏବଂ ୬୬.୩୫ ହେଉଛନ୍ତି ମହିଳା ଭୋଟର୍ । ଦିଲ୍ଲୀର ୭୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୫୮ଟି ସିଟ୍ ସାଧାରଣ ଆସନ ହୋଇଥିବା ବେଳେ ୧୨ଟି ସଂରକ୍ଷିତ ଆସନ ।

Leave A Reply

Your email address will not be published.