Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୦୮-୦୨-୨୦୨୦ ଶନିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୦୮ ରିଖ ଶନିବାର ମକର୨୫ ଦିନ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର
ଘାତ ବାର: ବୃଷ ସିଂହ ଓ କନ୍ୟା ରାଶିର
ଆଜି: ବିରି ଖାଇବା ନିଷେଧ

ମେଷ
ଆଜି ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମତଭେଦର ପରିସ୍ତିତି ସୃଷ୍ଟି କରିବ। ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଭଲ ରହିବ। ସାମ୍ବାଦିକତା,ଗବେଷଣା,ରପ୍ତାନୀବାଣିଜ୍ୟ, ଜମିଜମା ତଥା ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।

ବୃଷ
ଯେକୈାଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ବୁଦ୍ଧିବଳ ଖଟାଇ କାମ ହାସଲ କରିପାରିବେ। କୈାଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଲେଖାପଢାରେ, ସଭାସମିତିରେ ଧୀରମନ୍ଥର ଗତିରେ କାମ କରିବାକୁ ବାଧ୍ୟ ହେବେ। ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସୀ ହୋଇଯିବ।

ମିଥୁନ
କୈାଣସି କାମରେ ଓହରିଯିବେ ନାହିଁ ବରଂ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ। ସମସ୍ୟା ସମ୍ପର୍କରେ ସମାଧାନର ଦାୟିତ୍ୱ ନେବା ପାଇଁ ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କ୍ରୀଡା,ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ। ମହିଳା ମାନଙ୍କ ମନ ପ୍ରଫୁଲ୍ଲ ରହିବ।

କର୍କଟ
ପାରିବାରିକ ଆବଶ୍ୟକତା ଉପଲବ୍ଧତ୍ କରି କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ଆମଦାନୀ କାରବାର ଓ ପରିବହନରେ ସମସ୍ୟା ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ । ଧ୍ୟୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ସମସ୍ୟାର ସମାଧନ କରିବା ସହ ଅଭିଳାଷକୁ ପୂରଣ କରିପାରିବେ।

ସିଂହ
ବାରମ୍ବାର ଚେଷ୍ଟକରି ମଧ୍ୟ ଅଟକି ରହିଥିବା କୈାଣସି କାମ ସକାଶେ କାୈଣସି ଶୁଭଖବର ପାଇ ଖୁସି ହେବେ। ପରିବାର, କର୍ମକ୍ଷେତ୍ର, ମିତ୍ରବନ୍ଧୁଙ୍କ କ୍ଷେତ୍ରରେ ପଛକଥା ନଭାବି ବର୍ତମାନର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ସନ୍ତାନଙ୍କ ସମସ୍ୟା ଓ ପଡୋଶୀଙ୍କ ବିବାଦୀୟ ମନ୍ତବ୍ୟ ମାନସିକ ଅଶାନ୍ତିର କାରଣ ହୋଇପାରେ।

କନ୍ୟା
କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍‌ ନିଷ୍ପତିହିଁ ସମସ୍ୟାକୁ ବଢାଇ ଦେଇପାରେ। ପାରିବାରିକ କ୍ଷେତ୍ରରେ ନିଜର ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ। ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ଅନୁକମ୍ପାରୁ ସାମାଜିକ ସ୍ତରରେ ସୁଖ୍ୟାତି ଅର୍ଜନର ମାର୍ଗ ଉନ୍ମୁକ୍ତ ହୋଇପାରେ। ଆଇନ ଅଦାଲତ,ପ୍ରକାଶନ ଓ ପ୍ରଶାସନ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।

ତୁଳା
ଅଯଥା ଚିନ୍ତା କରି ମନକୁ ବିଭ୍ରାନ୍ତ କରି ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି। ବହୁତ ଦିନରୁ ସ୍ଥିରୀକୃତ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଗୃହ ସମସ୍ୟା ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବ ।

ବିଛା
ନୂତନ ପରିବେଶରେ ନୁଆଁ ବନ୍ଧୁଙ୍କୁ ମିଶି ନୁଆଁ ନୁଆଁ ଯୋଜନା ପାଇଁ ଆଲୋଚନା କରିପାରନ୍ତି। ରାଶ୍ୟାଧିପତିଙ୍କ ପ୍ରଭାବରୁ ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ। ସାହିତ୍ୟ,ସାମ୍ବାଦିକତା, ପ୍ରଶାସନ, ରାଜନୀତି,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।

ଧନୁ
ସ୍ବକୀୟ ଗୁଣଧର୍ମ ତ୍ୟାଗ କରି ଲକ୍ଷ୍ୟହୀନ କାର୍ଯ୍ୟ,ଭ୍ରମଣ ଜନିତ ସମୟର ଅପଚୟ କରିପାରନ୍ତି। ଫଳତଃ ସୁବିଧା ଥାଇ ମଧ୍ୟ କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ମଧ୍ୟରେ କାମ ହାସଲ କରବାକୁ ପଡିବ। କାନକୁହା କଥାକୁ ସତ ମନେକରି ପଦାଧିକାରୀ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି କିନ୍ତୁ ଅସୁବିଧା ହେବନାହିଁ ।

ମକର
ସାଧାରଣ କଥାରେ ତର୍କବିତର୍କ ଜନିତ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ଆପଣଙ୍କ କାର୍ଯ୍ୟକଳାପରେ ବନ୍ଧୁ ଅସନ୍ତୁଷ୍ଟ ହୋଇ ଦୂରେଇ ରହିବାର ଅନୁଭବ କରିପାରନ୍ତି। ଅତି ନିକଟତମ ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ଭୋଗବିଳାସ,ଭ୍ରମଣ,ନୂତନ କର୍ମାରମ୍ଭ,ବ୍ୟବସାୟ ସକାଶେ ଦିନଟି ପ୍ରାୟତଃ ଭଲ ରହିବ।

କୁମ୍ଭ
ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସାମାଜିକ ସ୍ତରରେ ଖଳବୁଦ୍ଧିରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିପାରେ। ବିଶେଷ ଭାବରେ ଆଜିଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।

ମୀନ
ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ,ଫଳରେ କାମ ପ୍ରତିସ୍ପୃହା ରହିବ ନାହିଁ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ଘଡିକେ ଘୋଡା ଛୁଟୁଥିବାର ଲକ୍ଷ୍ୟକରି କୈାଣସି ନିଷ୍ପତି ନେବା ପ୍ରଶାସନିକ ସ୍ତରରେ ଚିନ୍ତାର କାରଣ ହେବ। ପ୍ରତିବନ୍ଧକ କାରଣରୁ ଶେଷ ସମୟରେ ଯାତ୍ରା ସ୍ଥଗିତ ରହିଯିବ।

Leave A Reply

Your email address will not be published.