ବଡବିଲ:କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଅଭାବନୀୟ ଘଟଣା । ଉକ୍ତ ଗ୍ରାମର ମୋହନ ଚରଣ ଗିରି ବଳଦ ଚରାଇ ଘରକୁ ଫେରୁଥିବାବେଳେ ବଜ୍ରପାତରେ ଚାଲିଗଲା ଜୀବନ ।
ଶନିବାର ସନ୍ଧ୍ୟା ସମୟରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଏହି ସମୟରେ ମୋହନ ବଳଦ ଚରାଇ ଘରକୁ ଫେରୁଥିଲେ। ତେବେ ଘରଠାରୁ ମାତ୍ର କିଛି ଦୂରତାରେ ଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା।ଫଳରେ ମୋହନ ସେଠାରେ ହିଁ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।