ନୂଆଦିଲ୍ଲୀ: ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ମୋଟ ୭୦ଟି ଆସନରେ ମତଦାନ ଚାଲିଛି । ମତଦାନ ପାଇଁ କେବଳ ସାଧାରଣ ଜନତା ନୁହଁନ୍ତି ନେତା ମନ୍ତ୍ରୀଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉତ୍ସାହ ଦେଖାଦେଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥିତ ବୁଥରେ ମତଦାନ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ତାଙ୍କ ପରିବାର ସହ ମିଶି ଭୋଟ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ମତଦାନ କରିଛନ୍ତି । ସେହିପରି ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀ, ଲାଲ କୃଷ୍ଣ ଆଡଭାନୀ ମଧ୍ୟ ଭୋଟ ଦେଇଛନ୍ତି । କେବଳ ନେତା ମନ୍ତ୍ରୀ ନୁହନ୍ତି, ବଲିଉଡ କଳାକାରଙ୍କୁ ମଧ୍ୟ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି । ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।
୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଦିଲ୍ଲୀ ବାସୀ । ଆଜି ସନ୍ଧ୍ୟା ୬ଟାରେ ମତଦାନ ବନ୍ଦ ହେବ । ଏହାପରେ ବିଭିନ୍ନ ବେସକରାରୀ ସଂସ୍ଥା ପକ୍ଷରୁ ଏଗ୍ଜିଟ୍ ପୋଲ୍ ପ୍ରକାଶ ପାଇବ । ତେବେ ଫେବୃଆରୀ ୧୧ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫାଇନାଲ ରେଜଲ୍ଟ କ’ଣ ହେବ ତାହା ଜଣାପଡିବ ।
BREAKING NEWS
- ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’
- ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’
- ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି
- ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ; ମୋତେ ମାରିବାକୁ ଧମକ ଦେଇଛନ୍ତି…
- ସାଉଦି ଆରବରେ ଦୃଶ୍ୟମାନ୍ ହେଲା ଇଦ୍ ଚାନ୍ଦ, ଭାରତରେ କାଲି ଇଦ୍
- ସାନିଆ ମିର୍ଜାଙ୍କ ଭଉଣୀଙ୍କ ଦାୱତ-ଏ-ରମଜାନ ପ୍ରଦର୍ଶନୀରେ ଗୁଳିମାଡ଼
- ୧୩ ହଜାରରୁ ଅଧିକ ଆର୍ଦ୍ରଭୂମିର ଆରମ୍ଭ ହୋଇଛି ସୀମା ନିର୍ଦ୍ଧାରଣ
- ମନମାନି କରୁଛି ଟାଟା ପାୱାର, ବିନା ନୋଟିସରେ କାଟୁଛି ଲାଇନ୍
- ବ୍ଲାକ ହୋଲରୁ ନିର୍ଗତ ଆଲୋକ ବ୍ରହ୍ମାଣ୍ଡ ଉପରେ କି ପ୍ରଭାବ ପଡିଥିଲା?
- ଭୟଙ୍କର… ଲୋମଟାଙ୍କୁରା…ଛାତିଥରା..ଇତିହାସର କଳା ପୃଷ୍ଟାରେ ଲୌହ ଦାନବର ସେହି ଛାତିଥରା ଦୃଶ୍ୟ
Comments are closed.