Latest Odisha News

BREAKING NEWS

୯୨ ଲକ୍ଷ ଟଙ୍କାରେ ‘ସରକାରୀ ଜମି ବିକ୍ରି’ କରି ଠକ ଗିରଫ

ଭୁବନେଶ୍ୱର:ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ । ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ ଅଞ୍ଚଳରେ ଜମି ଦେବାକୁ କହି ସେ ଜଣେ ବ୍ୟକ୍ତିଙ୍କଠାରୁ ୯୨ ଲକ୍ଷ ଟଙ୍କା ନେଇ ଠକେଇ ଥିବା ଅଭିଯୋଗ ହୋଇଥିଲା ।

ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ମେହେରପଲ୍ଲୀ ଅଞ୍ଚଳର ଏକ ସରକାରୀ ଅଧିଗ୍ରହଣ ହୋଇଥିବା ଜମିକୁ ନିଜର ବୋଲି ଦର୍ଶାଇ ବିକ୍ରି କରିବାକୁ ଚୁକ୍ତି କରିଥିଲେ। ଏହି ଜମି ପୂର୍ବରୁ ସରକାରଙ୍କ ଦ୍ୱାରା ଅଧିଗ୍ରହଣ କରାଯାଇଥିଲା ଏବଂ ସେଥିପାଇଁ ଅଭିଯୁକ୍ତ ସରକାରଙ୍କଠାରୁ କ୍ଷତିପୂରଣ ମଧ୍ୟ ପାଇଥିଲେ। ଏହା ସତ୍ତ୍ୱେ ସେ ସେହି ଜମିକୁ ନିଜର ବୋଲି କହି ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ପରେ ଜମି ହସ୍ତାନ୍ତର କରିନଥିବାରୁ ଏବଂ ଟଙ୍କା ଫେରସ୍ତ ନ କରିବାରୁ ପୀଡ଼ିତ ବ୍ୟକ୍ତି ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.