ଭୁବନେଶ୍ବର: ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁମାନ କରାଯାଉଛି । ସେଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସନ୍ଧ୍ୟା ଯାଏଁ ଆମକୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ ହେବ ।
ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ କରିସାରିଛି । ବର୍ଷା ହେଲେ ଯାହା ଆବଶ୍ୟକତା ଅଛି ସବୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ମାନଙ୍କ ସହ ବୈଠକ ମଧ୍ୟ କରାଯାଇଛି । ନଜର ରଖିବାକୁ, ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନେ ସ୍ଥାନାନ୍ତର ହେଲେ ରନ୍ଧା ଖାଦ୍ୟ, ଜରି ପାଲ ବ୍ୟବସ୍ଥା କରିବାକୁ କୁହାଯାଇଛି। ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ଉକ୍ତ ଜିଲ୍ଲାରେ ଆଲର୍ଟ କରାଯାଇଛି । ବର୍ଷା ହେଲେ ଯାହା ଆବଶ୍ୟକତା ଅଛି ସବୁ ବ୍ୟବସ୍ଥା କରାଯାଇଛି ।
ଉପର ମୁଣ୍ଡରେ ବର୍ଷା ହେଲେ ଆମ ରାଜ୍ୟରେ ବନ୍ୟା ଆସେ । ଯେହେତୁ ଉପର ମୁଣ୍ଡରେ ବର୍ଷା ନାହିଁ ତେଣୁ ବନ୍ୟା ଆଶଙ୍କା ନାହିଁ । ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ଫ୍ଲାସ ଫ୍ଲଡ ପାଇଁ ମୋଟର ପମ୍ପ ନେଇ ଆଲର୍ଟ କରାଯାଇଛି । ପୌର, ଏବଂ ପଞ୍ଚାୟତକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।