Latest Odisha News

BREAKING NEWS

୨ ବର୍ଷିଆ ବି.ଏଡ଼୍, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି.ଏଡ଼୍, ବି.ଏଚ୍.ଏଡ଼୍, ଏମ୍. ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଦୁଇ ବର୍ଷିଆ ବି.ଏଡ଼୍, ବି.ଏଚ୍.ଏଡ଼୍, ଏମ୍. ଏଡ଼୍ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ କରାଯିବ ।

୨୭ ଜୁଲାଇ ଅପରାହ୍ନ ୩ଟା ଠାରୁ ୫ ଅଗଷ୍ଟ ରାତି ୧୧ଟା ୪୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟଲକୁ ଯାଇ ନିଜ ପସନ୍ଦର ଉଚ୍ଚଶିକ୍ଷାନୁଷ୍ଠାନରେ ଆଡ଼ମିଶନ ପାଇଁ ଚଏସ୍‌ ଲକିଙ୍ଗ କରିପାରିବେ । ଅଗଷ୍ଟ ୧୧ ତାରିଖ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ । ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ୧୧ ଅଗଷ୍ଟ ଅପରାହ୍ନ ୪ଟା ଠାରୁ ୧୪ ଅଗଷ୍ଟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସାମ୍ସ ପୋର୍ଟଲକୁ ଯାଇ ଫ୍ରିଜ୍‌/ସ୍ଲାଇଡ଼ ବିକଳ୍ପ ବାଛିପାରିବେ ।

ଅଗଷ୍ଟ ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହେବ । ଏଥିସହ ଅଗଷ୍ଟ ୨୫ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୩୧ଟି ଉଚ୍ଚଶିକ୍ଷାନୁଷ୍ଠାନରେ ବି.ଏଡ଼୍, ବି.ଏଚ୍.ଏଡ଼୍, ଏମ୍. ଏଡ଼୍ ପାଠ୍ୟକ୍ରମ ପାଇଁ ୨୮୦୦ଟି ସିଟ୍ ରହିଛି ।

Leave A Reply

Your email address will not be published.