ଝରିଗାଁ:ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଦୁଇ ଜଣଙ୍କ ଜାବନ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ଏବଂ ଭାଲୁକନାଡି ପଞ୍ଚାୟତ ଅନ୍ତର୍ଗତ ମଙ୍ଗଲିଗୁଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ।
ସୁଚନାଥାଉକି, ଜବାଗୁଡ଼ା ଗ୍ରାମର ସପୁରା ସାନ୍ତା(୩୮) ରାତିରେ ଖାଇବା ପରେ ଘର ଭିତରେ ଏକ ଦଉଡ଼ି ଖଟିଆରେ ଶୋଇ ଥିଲେ। ଶୋଇ ଥିବା ସମୟରେ ବିଳମ୍ବିତ ରାତ୍ରରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସପୁରା ବିଷାକ୍ତ ସାପ କାମୁଡ଼ିବା ନେଇ ଜାଣିବା ପରେ ପରିବାର ଲୋକଙ୍କୁ କହିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଉନ୍ନତ ଚିକିତ୍ସା ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ସେହିଭଳି ମଙ୍ଗଳିଗୁଡ଼ା ଗ୍ରାମର ଚୈତନ୍ୟ ଗୌଡ଼ (୩୫) ରାତିରେ ବିଳମ୍ବିତ ରାତିରେ ପରିସ୍ରା କରିବାକୁ ଘର ବାରିପୋଟ ଯାଇଥିଲେ। ପରିସ୍ରା କରିବା ସମୟରେ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରୁ ପରେ ଉନ୍ନତ ଚିକିତ୍ସା ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।