Latest Odisha News

BREAKING NEWS

 ଟି୨୦ କ୍ରିକେଟ: ପୋଲାର୍ଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବାରୁ ମାତ୍ର ୨୪ ରନ୍ ଦୂରରେ ବଟଲର

ଲଣ୍ଡନ: ଇଂଲଣ୍ଡରେ ଖେଳାଯାଉଥିବା ‘ଦି ହଣ୍ଡ୍ରେଡ୍’ ଲିଗ୍‌ରେ ମାଞ୍ଚେଷ୍ଟର ସୁପର ଜାଏଣ୍ଟସ୍‌ର ତାରକା ୱିକେଟକିପର୍‌ ବ୍ୟାଟର ଜୋସ୍ ବଟଲର୍ ଚମତ୍କାର ଫର୍ମରେ ଅଛନ୍ତି । ଜୁଲାଇ ୩୧ରେ ଟ୍ରେଣ୍ଟ ରକେଟ୍ସ ବିପକ୍ଷ ମ୍ୟାଚ୍‌ରେ ବଟଲର୍ ୩୭ଟି ବଲ୍‌ରୁ ୫୫ ରନର ଏକ ବିସ୍ଫୋରକ ପାରି ଖେଳିଛନ୍ତି । ଏହି ପାରି ବଳରେ ସେ ଏବେ ଟି୨୦ କ୍ରିକେଟ୍ ଇତିହାସରେ ସବୁଠାରୁ ଅଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ହେବାର ନିକଟତର ହୋଇଛନ୍ତି । କିଛି ଦିନ ପୂର୍ବରୁ ହିଁ କ୍ରିସ୍ ଗେଲ୍‌ଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଆସିଥିଲେ । ଏବେ ଶୀର୍ଷ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ କାଇରନ ପୋଲାର୍ଡଙ୍କୁ ପଛରେ ପକାଇବା ପାଇଁ ତାଙ୍କୁ ଆଉ ମାତ୍ର ୨୪ ରନ୍‌ ଆବଶ୍ୟକ ହେଉଛି ।

ପୋଲାର୍ଡଙ୍କ ୧୪,୮୦୩ ରନ କରିଥିବା ବେଳେ ବଟଲର ୧୪,୭୮୦ ରନ କରିଛନ୍ତି  । ଟି୨୦ କ୍ରିକେଟରେ ସବୁଠାରୁ ଅଧିକ ରନ୍ ସଂଗ୍ରହକାରୀ ଟପ୫ ବ୍ୟାଟର: କାଇରନ୍ ପୋଲାର୍ଡ (ୱେଷ୍ଟଇଣ୍ଡିଜ୍)  ୧୪,୮୦୩ ରନ, ଜୋସ୍ ବଟଲର (ଇଂଲଣ୍ଡ)  ୧୪,୭୮୦ ରନ, କ୍ରିସ୍ ଗେଲ (ୱେଷ୍ଟଇଣ୍ଡିଜ୍) ୧୪,୫୬୨ ରନ, ଆଲେକ୍ସ ହେଲ୍ସ (ଇଂଲଣ୍ଡ) ୧୪,୪୪୯ ରନ, ଡେଭିଡ୍ ୱାର୍ନର (ଅଷ୍ଟ୍ରେଲିଆ) ୧୪,୨୮୪ ରନ ।  ଦି ହଣ୍ଡ୍ରେଡ୍‌ର ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ୍ ସମାପ୍ତ ହୋଇସାରିଛି। ମାଞ୍ଚେଷ୍ଟର ସୁପର ଜାଏଣ୍ଟସ୍ ୪ଟି ମ୍ୟାଚ୍‌ରୁ ୨ଟି ବିଜୟ ଏବଂ ୨ଟି ପରାଜୟ ସହ ୮ ପଏଣ୍ଟ  ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ଆଗାମୀ ୪ଟି ମ୍ୟାଚ୍ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

Leave A Reply

Your email address will not be published.