Latest Odisha News

BREAKING NEWS

ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ଇସ୍ରାଏଲୀ ଗଣମାଧ୍ୟମର ଦାବି ପରେ ଚର୍ଚ୍ଚା…

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଫେବୃଆରୀ ୨୮, ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପୁଅ ମୋଜତାବା ଖାମେନିଙ୍କୁ ସେତେବେଳେ ସର୍ବୋଚ୍ଚ ନେତା ଭାବରେ ଅବସ୍ଥାପିତ କରାଯାଇଥିଲା। ଆଉ ଅନେକ ଇସ୍ରାଏଲୀ ଗଣମାଧ୍ୟମ ଏବେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି।

ରିପୋର୍ଟ ଅନୁଯାୟୀ, ମୋଜତାବାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଏପରିକି ଦାବି କରାଯାଇଛି ଯେ ତାଙ୍କ ମୃତ୍ୟୁର ଖବର ଯେକୌଣସି ସମୟରେ ଆସିପାରେ। ଇସ୍ରାଏଲୀ ଗଣମାଧ୍ୟମ ମୋଜତାବା ଖାମେନିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ହସ୍ପିଟାଲରେ ଜୀବନ-ମରଣ ସହ ଯୁଦ୍ଧ ଲଢ଼ୁଛନ୍ତି।

ଇସ୍ରାଏଲୀ ସମ୍ବାଦ ଚ୍ୟାନେଲ ୧୪ ମୋଜତାବା ଖାମେନିଙ୍କ ଅବସ୍ଥା “ଅତ୍ୟନ୍ତ ସଙ୍କଟାପନ୍ନ”। ଯାହା ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ପ୍ରଶାସନର ନିକଟତର ସୂତ୍ରକୁ ଉଦ୍ଧୃତ କରି ଏହି ଦାବି କରିଛି।

ରିପୋର୍ଟ ଅନୁଯାୟୀ, ପେଜେସ୍କିଆନ ପ୍ରଶାସନର ଦୁଇ ବରିଷ୍ଠ ସୂତ୍ର ପ୍ରକାଶ କରିଛନ୍ତି ଯେ ଫେବୃଆରୀ ୨୮ ତାରିଖରେ ସର୍ବୋଚ୍ଚ ନେତାଙ୍କ ପରିସରରେ ଆମେରିକା ଆକ୍ରମଣ ପରେ ମୋଜତାବା ଖାମେନି ତାଙ୍କ କ୍ୟାବିନେଟର କୌଣସି ସଦସ୍ୟଙ୍କ ସହ ସିଧାସଳଖ ସାକ୍ଷାତ କରିନାହାଁନ୍ତି। ଏହା ମନେ ରଖିବା ଉଚିତ ଯେ ମୋଜତାବା ଖାମେନିଙ୍କ ପିତା ଏବଂ ପରିବାରର ଅନ୍ୟ ଅନେକ ସଦସ୍ୟ ସେହି ଆକ୍ରମଣରେ ପ୍ରାଣ ହରାଇଥିଲେ।

ଇରାନର ସର୍ବୋଚ୍ଚ ନେତା ପଦ ଗ୍ରହଣ କରିବା ପରଠାରୁ ମୋଜତାବା ଖାମେନିଙ୍କୁ ଥରେ ମଧ୍ୟ ଦେଖାଯାଇନାହିଁ। ତାଙ୍କୁ ଦୀର୍ଘ ସମୟ ଧରି ବିଶ୍ୱରୁ ଲୁଚାଇ ରଖାଯାଇଥିଲା। ମୋଜତାବା ତାଙ୍କ ପିତା ଆୟାତୋଲ୍ଲା ଖାମେନିଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନାରେ ମଧ୍ୟ ଯୋଗ ଦେଇ ନଥିଲେ। ଯଦିଓ ଇରାନ ସରକାର ବାରମ୍ବାର ସ୍ପଷ୍ଟ କରିଦେଇଛି ଯେ ମୋଜତାବା ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି, ସୁରକ୍ଷା କାରଣରୁ ତାଙ୍କୁ ବାହାରକୁ ଯିବାରୁ ବାରଣ କରାଯାଉଛି।

 

Leave A Reply

Your email address will not be published.