ଭୁବନେଶ୍ୱର: ଭୁବନେଶ୍ୱରର ଆଇଗିଣୀଆ ଫ୍ଲାଏଓଭରରେ ସୋମବାର ଦିନ ଏକ ଦ୍ରୁତଗାମୀ ବସ୍ ଧକ୍କା ଦେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ପ୍ରତ୍ୟକ୍ଷଦର୍ଶୀ ମାନେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ପଳାଇଯାଇଥିବା ଯାତ୍ରୀବାହୀ ଗାଡ଼ିଟିକୁ OSRTC ର ବସ୍ ବୋଲି କହିଛନ୍ତି।
ଅପରପକ୍ଷରେ ଘଟଣା ପରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକମାନେ କାର୍ଯ୍ୟାନୁଷ୍ଠାନ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ଅବରୋଧ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି।
ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
