Latest Odisha News

BREAKING NEWS

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ବସ୍ ଓ ବାଇକ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ଵର: ରବିବାର ଦିନ ଏକ ବସରେ ବିଦ୍ୟୁତ ତାର ଲାଗିବା ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଏହିଭଳି ଏକ ସମାନ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଡଗରା ଗୁମୁଟି ଛକ ନିକଟରେ ବାରିପଦାରୁ ଡଗରା ବେଳାଭୂମିକୁ ପିକନିକ୍ ପାଇଁ ଆସୁଥିବା ଏକ ବସ ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା ।

ସୌଭାଗ୍ୟ ବଶତଃ ଏଥିରେ ଥିବା ୭୦ଜଣ ପର୍ଯ୍ୟଟକ ବର୍ତ୍ତି ଯାଇଥିବା ବେଳେ । ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ପର୍ଯ୍ୟଟକଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଭଦ୍ରକ ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କୋଇଥକୋଲା ବଜାର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହିରୋ ସ୍ପେଲଣ୍ଡର ପ୍ଲସ୍ ବାଇକ୍ ଜଳିଯାଇଥିବା ବେଳେ ଗୁଆଳ ଗାଁର ଦୁର୍ଯ୍ୟୋଧନ ରାଉଳ (୬୫) ଓ ସୁଦର୍ଶନ ଜେନା (୩୨) ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା-ତୁଲୁ ରାସ୍ତାରେ ଏକ ବସ୍‌ରେ ୧୧ କେ.ଭି. ବିଦ୍ୟୁତ୍ ତାର ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ।

Comments are closed.