ଭୁବନେଶ୍ୱର: ବ୍ରହ୍ମପୁର ବସ୍ ଦୁର୍ଘଟଣା ନେଇ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଶକ୍ତି ବିଭାଗକୁ ରିପୋର୍ଟ ଦେଇଛି ସାଉଥକୋ । ଏହାପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି ଅଭିଯାନ । ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରିଛି ସାଉଥକୋ । ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ପାଇଁ ହିଁ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
୨୦୧୮ରେ ରାସ୍ତା କାମ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୂମିକୁ ୩ରୁ ୪ ଫୁଟ ଉଚ୍ଚା କରିଥିଲା । ଫଳରେ ଭୂମିଠାରୁ ବିଦ୍ୟୁତ ତାରର ଦୂରତା କମି ଯାଇଥିଲା । ଏଥିପାଇଁ ବସ୍ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏତେ ବଡ ଦୁର୍ଘଟଣା ଘଟିଲା ବୋଲି ରିପୋର୍ଟରେ ସାଉଥକୋ ଦର୍ଶାଇଛି ।
ନିୟମ ଅନୁସାରେ ଭୂମି ଠାରୁ ୬.୧ ମିଟର ଉଚ୍ଚରେ ବିଦ୍ୟୁତ ତାର ଯିବା କଥା ମାତ୍ର ମେନ୍ଦ୍ରାଜପୁର ଜଙ୍କସନରେ ୩.୧୪ ମିଟର ଉଚ୍ଚରେ ୧୧ କେଭି ତାର ଯାଉଥିବାରୁ ଏଭଳି ଅଘଟଣ ଘଟିଛି । ବ୍ରହ୍ମପୁର ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ପରେ ତଦନ୍ତ ରିପୋର୍ଟ ମାଗିଥିଲା ଶକ୍ତି ବିଭାଗ । ରିପୋର୍ଟ ଆସିବା ପରେ ଏବେ ଏହାର ସମସ୍ତ ଦୋଷ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଲଦି ଦେଇଛି ଶକ୍ତି ବିଭାଗ ।
BREAKING NEWS
- କିଶୋରୀଙ୍କ ସୁରକ୍ଷା ଚିନ୍ତା : ଛାତ୍ରୀମାନେ ପାଇଲେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା
- ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?
- ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ
- ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର
- ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର
- ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ
- ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ
- ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା
- ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ
- ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !