Latest Odisha News

ଗଜରା ସହ ନିଜ କେଶକୁ ଦିଅନ୍ତୁ ଏହିଭଳି ଷ୍ଟାଇଲିସ ଲୁକ…

ଭୁବନେଶ୍ୱର: ବାହାଘର ହେଉ କି କୌଣସି ପରାପର୍ବାଣୀ ସବୁଥିରେ ଗଜରାର ରହିଛି ଢେର ଚାହିଦା ।

ପୂର୍ବରୁ ଦକ୍ଷିଣ ଭାରତୀୟ ମହିଳାମାନେ ଗଜରାର ବହୁଳ ବ୍ୟବହାର କରୁଥିବାବେଳେ ବର୍ତ୍ତମାନ ଏହାସବୁ ବର୍ଗର ମହିଳାଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଛି ।

ନାରୀଙ୍କ ୧୬ ଶୃଙ୍ଗାର ମଧ୍ୟରେ ଗଜରା ଅନ୍ୟତମ ।

ଆସନ୍ତୁ ଜାଣିବା କିପରି ବିଭିନ୍ନ ଷ୍ଟାଇଲିସ୍ ଗଜରା ସହ ନିଜ କେଶକୁ ଦେବେ ଡିଫରେଣ୍ଟ ଲୁକ୍…

ରାଉଣ୍ଡ ଗଜରା:

ଏହି ପ୍ରକାରର ଗଜରା ଆପଣଙ୍କ ସମ୍ପୂର୍ଣ୍ଣ ଖୋସାକୁ ଘୋଡେଇ କରି ରଖିଥାଏ । ଏହା ପାରମ୍ପରିକ ପୋଷାକ ସହ ବେଶ୍ ଆକର୍ଷଣୀୟ ଲାଗିଥାଏ ।

ମଲ୍ଟି କଲର ଗଜରା:

ବିଭିନ୍ନ ପ୍ରକାର ଫୁଲରେ ତିଆରି ହୋଇଥିବା ଗଜରାକୁ ମଲ୍ଟି କଲର ଗଜରା କୁହାଯାଏ। ଏହି ଗଜରାରେ ଖାସ୍ କରି ଗେଣ୍ଡୁ,ଗୋଲାପ ଓ ମଲ୍ଲି ଫୁଲର ମିଶ୍ରଣରେ ତିଆରି କରାଯାଇଥାଏ । ଏଭଳି ଗଜରା ସବୁ ପ୍ରକାରର ଆଉଟ୍ ଫିଟ୍ ସହ ମ୍ୟାଚ କରିଥାଏ ।

ୱାନ ସାଇଡ ଗଜରା:

କେଶରେ ଏପରି ହେୟାରଷ୍ଟାଇଲ୍ ଡିଜାଇନ୍ ପାଇଁ କେଶ ଗୋଟିଏ ପାଶ୍ୱର୍ରେ ରହିବ, ଓ ପରେ ଅପର ପାଶ୍ୱର୍ରେ କାନ ପଛପଟର କେଶରେ ଗଜରାକୁ ଅଧାରୁ ଫୋଲ୍ଡ କରି ପିନ୍ ଅପ୍ କରନ୍ତୁ । ଏହି ଗଜରା ଷ୍ଟାଇଲ୍ ଆପଣଙ୍କୁ ଭଲ ମାନିବା ସହ ଗର୍ଜିଅସ୍ ଲୁକ୍ ମଧ୍ୟ ଦେଇଥାଏ ।

Leave A Reply

Your email address will not be published.