Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ପିକଅପ-ଟ୍ରକ୍ ଧକ୍କା, ୮ ଶ୍ରମିକ ମୃତ

ଗ୍ୱାଲିୟର: ଜାତୀୟ ରାଜପଥ ୭୧୯ ରେ ମଧ୍ୟପ୍ରଦେଶର ଭିଣ୍ଡର ଗୋହାଡ ଅଞ୍ଚଳରେ ସୋମବାର ରାତି ପ୍ରାୟ ୧ଟା ସମୟରେ ଏକ ଦ୍ରୁତଗାମୀ ପିକଅପ୍ ଗାଡ଼ି ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଟ୍ରକ୍ ଡ୍ରାଇଭର ସମେତ ୨୩ ଜଣ ଆହତ ହୋଇଥିଲେ।

ଜଣେ ଆହତ ବ୍ୟକ୍ତିଙ୍କ ଅନୁଯାୟୀ ପିକଅପ୍‌ରେ ୨୯ ଜଣ ଶ୍ରମିକ ଥିଲେ। ସେମାନେ ଧାନଲଗା କାମ ସାରି ଗ୍ୱାଲିଅରରୁ ଘରକୁ ଫେରୁଥିଲେ। ସେହି ସମୟରେ ହଠାତ୍ ଗାଡ଼ି ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ଗୋହାଡ ଚୌରାହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା। ପାଞ୍ଚ ଜଣଙ୍କ ମୃତଦେହ ଗୋହାଡ ଏବଂ ତିନି ଜଣଙ୍କ ମୃତଦେହ ଗ୍ୱାଲିଅର ନିଆଯାଇଥିଲା। ମୃତଦେହ ଚିହ୍ନଟ କରାଯାଉଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ରାସ୍ତାରେ ବସିଥିବା ଗାଈ ମାନଙ୍କୁ ବଞ୍ଚାଇବାକୁ ଯାଇ ଗାଡ଼ି ଦୁର୍ଘଟଣା ଗସ୍ତ ହୋଇଥିଲା । ରାତିରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ପାଇଁ ରାସ୍ତାରେ ଶୋଉଥିବା ଗାଈ ଓ ମଇଁଷି ବିପଦ ସାଜୁଛନ୍ତି।

ତେବେ ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଦୁଇଟି କ୍ଷତିଗ୍ରସ୍ତ ଯାନକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.