Latest Odisha News

BREAKING NEWS

ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲା: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ନର ଦଣ୍ଡିତ

ସିଡନୀ: ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର୍ ଓପନର ଡେଭିଡ ୱାର୍ନରଙ୍କୁ ମଦ୍ୟପାନ କରି ଗାଡ଼ି ଚଳାଇବା (ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ) ମାମଲାରେ ସିଡନୀର ଏକ ଆଞ୍ଚଳିକ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ତାଙ୍କ ଉପରେ ୧,୫୦୦ ଅଷ୍ଟ୍ରେଲିଆନ୍ ଡଲାର (ପ୍ରାୟ ୧,୦୧,୯୦୦ ଟଙ୍କା) ର ଜରିମାନା ଲଗାଇବା ସହ ଗାଡ଼ିରେ ଇଣ୍ଟରଲକ୍ ଡିଭାଇସ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ୍ ୫ ତାରିଖରେ ୱାର୍ନର ନିଜ ପରିବାର ଓ ପିଲାମାନଙ୍କ ସହ ଗାଡ଼ିରେ ଫେରୁଥିବା ସମୟରେ ପୋଲିସ ଚେକିଂରେ ଧରାପଡ଼ିଥିଲେ । ପରୀକ୍ଷାରୁ ତାଙ୍କ ରକ୍ତରେ ଆଲକୋହଲର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଦୁଇଗୁଣରୁ ଅଧିକ ରହିଥିବା ଜଣାପଡ଼ିଥିଲା ।

ଚେକ ପଏଣ୍ଟ ଦେଖି ୱାର୍ନର ଗାଡ଼ି ଅଟକାଇ ନିଜ ଆସନ ବଦଳାଇବାକୁ ଚେଷ୍ଟା କରିଥିବା ଅଦାଲତରେ ସୂଚନା ଦିଆଯାଇଛି । ୱାର୍ନରଙ୍କ ଓକିଲ ଗଣମାଧ୍ୟମର ଚର୍ଚ୍ଚା ଯୋଗୁଁ ତାଙ୍କ ଆର୍ଥିକ ଓ ବ୍ୟବସାୟିକ ଚୁକ୍ତି ଉପରେ କୁପ୍ରଭାବ ପଡ଼ିଥିବା ଦର୍ଶାଇ କୋମଳ ଦଣ୍ଡ ପାଇଁ ଆବେଦନ କରିଥିଲେ । ତେବେ ଗାଡ଼ିରେ ଛୋଟ ପିଲାମାନେ ଥିବା ଏବଂ ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିଚାରପତି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୱାର୍ନର ଏବେ ନିଜ ଗାଡ଼ିରେ ଆଲକୋହଲ୍ ଇଣ୍ଟରଲକ୍ ଡିଭାଇସ ଲଗାଇବା ପରେ ହିଁ ଗାଡ଼ି ଚଳାଇବାକୁ ଅନୁମତି ପାଇବେ । ଏହି ଯନ୍ତ୍ରଟି ଗାଡ଼ି ଚାଳକ ଆଲକୋହଲ ପାନ କରିଥିଲେ ଗାଡ଼ି ଷ୍ଟାର୍ଟ ହେବାକୁ ଦିଏ ନାହିଁ ।

Leave A Reply

Your email address will not be published.