Latest Odisha News

BREAKING NEWS

ପିଲା କହି ପାରିଲେନି ନିଜ ଜିଲ୍ଲାର ନାଁ, ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

କଳାହାଣ୍ଡି: ଅଚାନକ କଳାହାଣ୍ଡିର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ସେ ସ୍କୁଲରେ ପହଂଚି ପିଲାଙ୍କ ସହ ପାଠ ପଢ଼ା ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ କ୍ଲାସରେ ପିଲାଙ୍କୁ ଇଂରାଜୀରେ ନିଜ ଜିଲ୍ଲାର ନାଁ ପଚାରିଥିଲେ । ତେବେ ଅନେକ ଛାତ୍ରଛାତ୍ରୀ ନିଜ ଜିଲ୍ଲାର ନାଁ ଠିକ ଭାବେ କହି ପାରିନଥିଲେ । କ୍ଲାସରେ ଇଂରାଜୀ ବିଷୟରେ ପିଲାଙ୍କ ନିମ୍ନମାନର ପ୍ରଦର୍ଶନ ଯୋଗୁଁ ମନ୍ତ୍ରୀ ଶିକ୍ଷକମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ।

ପିଲାଙ୍କୁ ଠିକ୍ ଭାବେ ପଢ଼ାଉନଥିବାରୁ ଭବାନୀପାଟଣାର ବିମ୍ବାଧର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଦୁଇ ଜଣ ଇଂରାଜୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଫେବୃଆରୀ ମାସର ଦରମା ବନ୍ଦ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସେହିପରି ଭବାନୀପାଟଣା କର୍ଲାଗୁଡା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଇଂଲିସ୍ ଶିକ୍ଷାଦାନ କମ୍ ଥିବାରୁ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ କରିବାକୁ ବିଇଓଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.