Latest Odisha News

BREAKING NEWS

କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ; ୯ ମୃତ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

ଅଗ୍ନିଶମ ବିଭାଗ ଅନୁଯାୟୀ, କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟରେ ଥିବା ଏକ ହୋଟେଲରେ ରାତି ପ୍ରାୟ ୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଯାହା ଶୀଘ୍ର ତୀବ୍ର ରୂପ ନେଇଥିଲା। ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନେକ ଆହତ ହୋଇଥିଲେ। ମୃତକମାନେ ବାଂଲାଦେଶୀ ନାଗରିକ ଥିଲେ। ଯେଉଁମାନେ ଚିକିତ୍ସା ପାଇଁ ଆସିଥିଲେ ବୋଲି କୁହାଯାଉଛି।

ସେହିପରି ହୋଟେଲର ଅଧିକାଂଶ ଲୋକ ଶୋଇଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଧୂଆଁ ଏବଂ ନିଆଁ ପରିସରରେ ଆତଙ୍କ ସୃଷ୍ଟି କରିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ବହୁ ପ୍ରୟାସ ପରେ ଅଗ୍ନିଶମ ବିଭାଗ ଦଳ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିବା ଜଣାପଡିଛି। ଯଦିଓ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଏବଂ ଫୋରେନସିକ୍ ଦଳ ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.