Latest Odisha News

BREAKING NEWS

ପୁଣି ଥାର ଆତଙ୍କ; ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଓ ଷଣ୍ଢ ମୃତ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୋଟିଏ ଷଣ୍ଢ ମଧ୍ଯ ପ୍ରାଣ ହରାଇଛି।

ସୂଚନା ଅନୁଯାୟୀ, ପୁରୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଥାର ନିୟନ୍ତ୍ରଣ ହରାଇ ଗୋଟିଏ ଷଣ୍ଢ ଏବଂ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ପିପିଲି ଟୋଲ ପ୍ଲାଜ଼ାର ବାରିକେଟକୁ ଭାଙ୍ଗି ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସିଥିଲା। ରାଜପଥର ପମସର ଛକଠାରେ ଏକ ଷଣ୍ଢକୁ ଧକ୍କା ଦେଇଥିଲା। ପଶୁଟି ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲା। ପରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଗାଡ଼ି ଧକ୍କା ଦେଇଥିଲା। ଯାହା ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ତେବେ ପିପିଲି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଥର ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

 

Comments are closed.