Latest Odisha News

BREAKING NEWS

ସ୍କୁଲକୁ ଡେରିରେ ଆସିବାରୁ ଶିକ୍ଷକଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ !

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିକ୍ଷକଙ୍କ ଦକ୍ଷତାକୁ ନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି । ରାଜ୍ୟରେ ଶିକ୍ଷାର ମାନରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଗଣାଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ଯେଭଳି ଭାବେ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ସମାନ ଢ଼ଙ୍ଗରେ ମଧ୍ୟ ଗଣଶିକ୍ଷା ବିଭାଗ ମଧ୍ୟ ନିଜର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି । ତେବେ ପ୍ରାଥମିକସ୍ତରରେ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଶିକ୍ଷକଙ୍କ କାର୍ଯଶୈଳୀ ଉପରେ ବିଭାଗ ପକ୍ଷରୁ ନଜର ଦିୀଆଯାଉଛି ।

ଏଣିକି ଶିକ୍ଷାଦାନରେ ଅବହେଳା କଲେ ଶିକ୍ଷକଙ୍କୁ ମିଳିବନି ତ୍ରାହି । ଦୈନିକ ନିର୍ଦ୍ଧାରିତ ସମୟରେ ସ୍କୁଲ ନଆସିଲେ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଳମ୍ବରେ ଆସୁଥିବା ଶିକ୍ଷକଙ୍କର ଦରମା ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ସୋମବାର ବିଳମ୍ବରେ ସ୍କୁଲ ଆସିଥିବା ୩ଜଣ ଶିକ୍ଷକଙ୍କୁ ମନ୍ତ୍ରୀ କାରଣ ଦର୍ଶାଅ ନୋଟିସ୍ ମାଗିବା ସହ ସେହି ସ୍କୁଲରେ ଛାତ୍ରଛାତ୍ରୀମାନେ ଜିଲ୍ଲାର ନାମ କହିପାରିନଥିବାରୁ ମନ୍ତ୍ରୀ ଖୁବ୍ଧ ହୋଇ ପରେ ସେମାନଙ୍କର ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଥିଲେ ହେଁ ଅନେକ ଶିକ୍ଷକ ଏହାକୁ ଅଣଦେଖା କରିଥିଲେ । ତେବେ ରାଜ୍ୟର ସବୁ ସ୍କୁଲରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇ୍‌ôବା ବେଳେ ଆବଶ୍ୟକ ସ୍ତଳେ ଶିକ୍ଷକମାନେ ଚାକିରି ହରାଇବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।
ପ୍ରକାଶଥାଉ କି, ଗତ କିଛି ମାସ ହେବ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆକ୍ସନମୁଡରେ ରହିଛି ।

ଶିକ୍ଷାର ମାନରେ କୌଣସି ଅବହେଳାକୁ ବରଦାସ୍ତ କରୁନି ବିଭାଗ । ‘ଆକ୍ସନ ଅନ୍ ଦି ସ୍ପଟ୍‌’କୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଥଇôବା ବେଳେ ଶିକ୍ଷା କ୍ଷେତ୍ରରେ ଅଧିକ ସଂସ୍କାର ଆଣିବାର ଲକ୍ଷ୍ୟ ରହିଥିବା ବତଭାଗର ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି । ତେବେ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ôତବାରୁ ଶିକ୍ଷକଙ୍କୁ ଏ ଦିଗରେ ଅଧିକ ଯତ୍ନଶୀଳ ହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ନିର୍ଦ୍ଦାରିତ ସମୟରେ ସ୍କୁଲ ଆସିବା ସହ ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ ଘରାକୁ ଫେରିବା ପରେ ଶେଷକୁ ଶିକ୍ଷକମାନେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୧୦ଟା ପୂର୍ବରୁ ଶିକ୍ଷକମାନେ ସ୍କୁଲରେ ପହଞ୍ôଚବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଥିଲା । ମାତ୍ର ଅନେକ ସ୍କୁଲରେ ଶିକ୍ଷକମାନେ ଏହି ନୀୟମକୁ ଅଣଦେଖା କରୁଥିବା ବେଳେ ଅନେକ ଶିକ୍ଷକ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ସ୍କୁଲ ଆସୁଥିବା ଅଭିଯୋଗ ହେଉଥିଲା । ଏପରି ଅଭିଯୋଗର ଅନୁଧ୍ୟାନ ଲାଗି ସୋମବାର ଭବାନିପାଟଣାରେ ଖୋଦ୍ ମନ୍ତ୍ରୀ ଶ୍ରୀ ଦାଶ ନିଜେ କିଛି ସ୍କୁଲ ଅଚାନକ ପରିଦର୍ଶନରେ ଯାଇଥିଲେ । ତେବେ ସେ ସମୟରେ କିଛି ଶିକ୍ଷକ ଅନୁପସ୍ଥିତ ଥିବା ଜାଣିପାରିଥିଲେ ।

ସମ୍ପୃକ୍ତ ୩ଜଣ ଶିକ୍ଷକଙ୍କ ମଧ୍ୟରେ ଜଣେ ପ୍ରଧାନଶିକ୍ଷକ ଏବଂ ଜଣେ ଶିକ୍ଷକ ଏବଂ ଜଣେ ଶିକ୍ଷୟିତ୍ରୀ ଥିବା ଜଣାପଡ଼ିଛି । କାହିଁକି ସ୍କୁଲ ଆସିବାରେ ବିଳମ୍ବ ହେଲା ବୋଲି ସେମାନଙ୍କୁ ପଚାରିବା ପରେ ଲିଖିତ କାରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇôତଲା । ମାତ୍ର ସନ୍ତୋଷଜନକ ଉତ୍ତର ନମିଳିବାରୁ ସଙ୍ଗେସଙ୍ଗେ ସେମାନଙ୍କୁ ବିୋରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସମ୍ପୃକ୍ତ ୩ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସେହିପରି ଆସନ୍ତା ଶିକ୍ଷାବର୍ଷରୁ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଯଦି ପିଲାଙ୍କ କୋର୍ସ ଶେଷ ନହୁଏ ତେବେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏଭଳି କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ଆରମ୍ଭ ହୋଇଥିବା ର‌୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଯାଞ୍ଚ ହେଉଛି । ଏନେଇ ଅନ୍‌ଲାଇନ୍ ମନିଟରିଂ ଜିପିଏସ୍ ବ୍ୟବସ୍ଥାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି କେବଳ ଜିଲ୍ଲାସ୍ତରରେ ବିଇଓ, ଡିଇଓ, ସିଆର୍‌ସିସି ସେମାନଙ୍କ ଅଧୀନରେ ଥିବା ସ୍କୁଲଗୁଡିକର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୈନିକ ଯାଞ୍ଚ କରି ସ୍କୁଲର ବିଭିନ୍ନ ସମସ୍ରା ସାଙ୍ଗକୁ ଶିକ୍ଷକଙ୍କ ଶିକ୍ଷା ଦାନ ବ୍ୟବସ୍ଥା ଏବଂ ଶିକ୍ଷକଙ୍କ ସ୍କୁଲ ଆସିବା ଏବଂ ଘରକୁ ଫେରବିା ସମୟକୁ ମଧ୍ୟ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାବ୍ୟତୀତ ଏକାଡେମିକ୍ ପର୍‌ଫର୍‌ମାନ୍ସ, ଆକ୍‌ସେସ୍ ଆଣ୍ଡ ଟ୍ରାଞ୍ଜିସନ୍‌, ଇକ୍ୱିଟି, ଗଭର୍ଣ୍ଣାନ୍ସ, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂର୍ବରୁ ଅନେକ ଶିକ୍ଷା ଅଧିକାରୀମାନେ ସେମାନଙ୍କ ଅଧୀନରେ ଥିବା ସ୍କୁଲଗୁଡିକର ଯାଞ୍ଚ ଲାଗି ଯାଉନଥିଲେ । ରାଜ୍ୟର ଏପରି ଅନେକ ଅଞ୍ଚଳରେ ସ୍କୁଲ ରହିଛି ଯେଉଁଠିକୁ ବିଇଓ, ଡିଇଓ, ସିଆର୍‌ସିସି ଆଦୌଂ ଯାଉନଥିଲେ । ତେବେ ଏପରି ସମସ୍ୟାର ସମାଧାନ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ବ୍ୟବସ୍ଥା ହୋଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମଧ୍ୟ ଅଚାନକ ସ୍କୁଲ ପରିଦର୍ଶନ କରି ଅନୁଧ୍ୟାନ କରିବା ସହ ବିଶୃଙ୍ଖଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.