Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଓଡ଼ିଶା ଫୁଟବଲ୍ କ୍ଳବ୍ ଗୋଲ୍ଡେନ୍ ବେବି ଲିଗ୍‌ର ଉଦ୍‌ଯାପନ

ଭୁବନେଶ୍ୱର: ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପ୍ରକାରର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଥିବା ବେଳେ ଗତ ଡିସେମ୍ବରରେ ଫୁଟବଲ୍ ଖେଳର ବିକାଶ ପାଇଁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପରିସରରେ ସାଇ-ଓଡ଼ିଶା ଫୁଟବଲ୍ କ୍ଳବ୍ ଗୋଲ୍ଡେନ୍ ଫୁଟବଲ୍ ଲିଗ୍ ବିଏମ୍‌ସି କମିସନର୍ ପ୍ରେମ୍ ଚନ୍ଦ୍ର ଚୌଧୁରୀ ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ବେଳେ ସୋମବାର ଏହାର ଫାଇନାଲ୍ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶାରେ ଫୁଟବଲ୍ ଖେଳର ଉନ୍ନତି ଓ ବିକାଶ ଏବଂ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଓ ଓଡ଼ିଶା ଫୁଟ୍‌ବଲ୍ କ୍ଳବ୍ ମଧ୍ୟରେ ସହଭାଗିତା କାର୍ଯ୍ୟକ୍ରମ ଗତ ନଭେମ୍ବରରେ ଅନୁଷ୍ଠିତ ହୋଇଥିଲା । ଦେଶରେ ବିଦ୍ୟାଳୟ ସ୍ତରରେ ଓଡ଼ିଶା ଫୁଟବଲ୍ କ୍ଳବ୍ ପ୍ରଥମ କରି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ସହିତ ସହଭାଗିତା କରିବା ସହିତ ରାଜିନାମା ସ୍ୱାକ୍ଷରିତ କରିଛି । ଛାତ୍ରଛାତ୍ରୀମାନଙ୍କ ଖେଳିବାର କ୍ଷମତା ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ପରିଚାଳନା ଦ୍ୱାରା ସମୂର୍ଣ୍ଣ ବିକାଶ କରାଇ ଜଣେ ପେଷାଦାର ଖେଳାଳୀ ଭାବେ ଗଢ଼ିତୋଳିବା ଏହାର ମୂଳ ଲକ୍ଷ୍ୟ ଅଟେ । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଓ ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ୍ ସ୍କୁଲ୍‌ରେ ୭ବର୍ଷରୁ କମ୍‌, ୯ ବର୍ଷରୁ ଓ ୧୧ ବର୍ଷରୁ କମ୍ ୩ଟି ବର୍ଗ କରି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ସେମାନଙ୍କୁ ତାଲିମ୍ ଦିଆଯିବା ସହ ପ୍ରଶିକ୍ଷକ ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା ।

ଏଥିରେ ସର୍ବମୋଟ ୨୮ ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ୭ବର୍ଷରୁ କମ୍ ବର୍ଗରେ ଟିମ୍‌-ଡି ଚାମ୍ପିୟନ୍ ଏବଂ ଟିମ୍‌-ଇ ରନରସ୍ ଅର୍ପ ହୋଇଥିବା ବେଳେ ୯ ବର୍ଷରୁ ବର୍ଗରେ ଟିମ୍‌-ଏ ଓ ଟିମ୍‌-ସି ଏବଂ୧୧ ବର୍ଷରୁ କମ୍ ବର୍ଗରେ ଟିମ୍‌-ଇ ଚାମ୍ପିୟନ୍ ଏବଂ ଟିମ୍‌-ବି ରନରସ୍ ଅର୍ପ ହୋଇଥିଲେ ।
ସାଇ ଇଣ୍ଟରନ୍ୟାସନାଲ ଗ୍ରୁପର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁ ଏହି ଅବସରରେ କହିଥିଲେ ଯେ, କମ୍ ବୟସରୁ ଖେଳ ପ୍ରତି ଆଗ୍ରହ ଛାତ୍ରଛାତ୍ରୀମାନଙ୍କ ସମଗ୍ର ବିକାଶରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଅଭିଭାବକମାନଙ୍କର ଉତ୍ସାହ ଛାତ୍ରଛାତ୍ରୀମାନଙ୍କ ମନରେ ଖେଳୁଆଡ଼ ମନୋଭାବକୁ ଜାଗ୍ରତ କରିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେସ୍କୁଲର ସିନିୟର୍ ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ପ୍ରିନ୍ସପାଲ୍ (ସେକେଣ୍ଡାରୀ) ପ୍ରକାଶ ସାହୁ , ଓଡ଼ିଶା ଫୁଟବଲ୍ କ୍ଳବର କୋଚ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.