Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା ଭୋଟର ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଭୋଟର ସଂଶୋଧନ ପ୍ରକ୍ରିୟା । ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ଏହି ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ଯାଏଁ ଚାଲିବ । ଏଥିସହିତ ଜଣେ ବ୍ୟକ୍ତିଙ୍କର ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ଥିଲେ ଉକ୍ତ ଭୋଟରଙ୍କ ନାମ ଗୋଟିଏ ତାଲିକାରୁ ବାଦ ପଡିବ ।

ଏହି ସମୟରେ ଭୋଟର ତାଲିକାରେ ଲୋକମାନେ ନିଜର ନାମ ସଂଯୋଗ ତଥା ବିଚ୍ଛିନ୍ନ କରିପାରିବେ । ଅନ୍ୟପକ୍ଷରେ ଯଦି ଭୁଲ ତଥ୍ୟ ଦେଇଥିବା ନେଇ ଜଣାପଡେ ତେବେ ଉକ୍ତ ଭୋଟରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପକ୍ଷରେ ନୂତନ ଭୋଟର ମାନେ ଭୋଟର ତାଳିକାରେ ନିଜ ନାମ ପଞ୍ଜିକରଣ ପାଇଁ ମଧ୍ୟ ଆବେଦନ କରିପାରିବେ ।

Leave A Reply

Your email address will not be published.