Latest Odisha News

BREAKING NEWS

ଡମ୍ପିଙ୍ଗ ୟାର୍ଡରେ ଭୂସ୍ଖଳନ, ଶିଶୁଙ୍କ ସମେତ ୩୦ ମୃତ

କୋନାକ୍ରି: ଗିନିର ରାଜଧାନୀରେ ଏକ ଲ୍ୟାଣ୍ଡଫିଲ୍‌ରେ ଭୂସ୍ଖଳନ ଘଟି ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସରକାର ସ୍ପଷ୍ଟ କରି କହିଛନ୍ତି ଯେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ଏକ ବିରାଟ ଆବର୍ଜନା ଗଦା ଧସି ପଡ଼ିଛି।

ଏହି ଦୁର୍ଘଟଣାର ମାତ୍ର କିଛି ଦିନ ପୂର୍ବରୁ ଗିନି ସରକାର ଏହି ଲ୍ୟାଣ୍ଡଫିଲ୍‌କୁ ବନ୍ଦ କରିବା ନେଇ ଘୋଷଣା କରିଥିଲା। ଗତ ଗୁରୁବାର ଆଞ୍ଚଳିକ ପ୍ରଶାସନ ମନ୍ତ୍ରୀ ଡିଜେନାବୁ ଟୁରେ କାମାରା ଏହି ସ୍ଥାନକୁ ଅସୁରକ୍ଷିତ ଦର୍ଶାଇଥିଲେ। ଆବର୍ଜନାକୁ କୋନାକ୍ରି ସହର ବାହାରକୁ ସ୍ଥାନାନ୍ତର କରିବା ନେଇ ମଧ୍ୟ ସରକାର ଯୋଜନା କରିଥିଲେ। କାରଣ ବିଶେଷକରି ବର୍ଷା ଋତୁରେ ଏହା ସୃଷ୍ଟି କରୁଥିବା ବିପଦକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ। ଯେତେବେଳେ କି ପଶ୍ଚିମ ଆଫ୍ରିକାର ଘନ ଜନବସତି ଏବଂ କମ୍ ବିକଶିତ ସହରଗୁଡ଼ିକରେ ଭୂସ୍ଖଳନ ଏବଂ ଭୟଙ୍କର ବନ୍ୟା ହୋଇଥାଏ।

ଏକ ସରକାରୀ ବିବୃତ୍ତି ଅନୁଯାୟୀ, କୋନାକ୍ରିର ଗ୍ବେସିଆ ଅଞ୍ଚଳରେ ପ୍ରାୟ ୨ ଟା (0200 GMT) ସମୟରେ ଭୂସ୍ଖଳନ ଘଟିଥିଲା।ଫଳରେ ଏହା ନିକଟରେ ରହୁଥିବା ଲୋକଙ୍କ ମୃତ୍ୟୁ ହୋଇଥିଲା । ବିବୃତ୍ତିରେ କୁହାଯାଇଛି ଯେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ଅନ୍ୟ ୧୬ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଉଦ୍ଧାରକାରୀ ଦଳ ଏକ୍ସକାଭେଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ସହାୟତାରେ ଆବର୍ଜନା ହଟାଇ ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଭୂସ୍ଖଳନ ଏତେ ବଡ଼ ଥିଲା ଯେ ଏହା ଏକ ଆପାର୍ଟମେଣ୍ଟ କୋଠା ସହିତ ଅନେକ ଅସ୍ଥାୟୀ ଘର ମଧ୍ୟ ପୋତି ଦେଇଥିଲା। ସେହିପରି ଜଣେ ମହିଳା ସିରେ ଡିଆଲୋ ତାଙ୍କର ୫ ଜଣ ସନ୍ତାନଙ୍କୁ ଏହି ଦୁର୍ଘଟଣାରେ ହରାଇଛନ୍ତି। ଲୁହଭରା ଆଖିରେ ସେ କହିଛନ୍ତି, “ମୁଁ ମୋର ସମସ୍ତ ଶିଶୁଙ୍କୁ ହରାଇଛି। ଅପରପକ୍ଷରେ ଦୁର୍ଘଟଣା ପରେ ଗିନିର ପ୍ରଧାନମନ୍ତ୍ରୀ ଆମାଦୁ ଓରି ବାହ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ସମୀକ୍ଷା କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିଛନ୍ତି।

Leave A Reply

Your email address will not be published.