ୱାସିଂଟନ୍: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଏନେଇ ରାଷ୍ଟ୍ରପତି ଭବନ ଦ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
President @realDonaldTrump & @FLOTUS will travel to India from February 24-25 to visit Prime Minister @narendramodi!
The trip will further strengthen the U.S.-India strategic partnership & highlight the strong & enduring bonds between the American & Indian people. ?? ??
— The White House 45 Archived (@WhiteHouse45) February 10, 2020
ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ତଥା ତାଙ୍କ ପତ୍ନୀ ମେଲାନିଆ ମଧ୍ୟ ନୂଆଦିଲ୍ଲୀ ଓ ଅହମ୍ମଦାବାଦ ଗସ୍ତରେ ଆସିବେ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତ ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଯାହା ଦୁଇ ଦେଶ ମଧ୍ୟରେ ସହଭାଗିତା ଓ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହୋଇପାରିବ ।
ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆମେରିକୀୟ ସୁରକ୍ଷା ଟିମ୍ ଓ ଯାଞ୍ଚ ସମ୍ବନ୍ଧୀୟ ବିଭିନ୍ନ ସାମଗ୍ରୀ ଗତ ସପ୍ତାହରେ ଏଠାରେ ଆସି ପହଞ୍ଚିଥିବା ନେଇ ସୁତ୍ରରୁ ପ୍ରକାଶ ।
Comments are closed.