Latest Odisha News

Pakistan Petty Politics: ମୋଦୀଙ୍କୁ ଫଟୋରୁ କାଟିଦେଲା ପାକିସ୍ତାନ!

ନୂଆଦିଲ୍ଲୀ: ଭାରତକୁ ସହିପାରୁନାହାନ୍ତି ଶେହବାଜ ସରକାର?

ବିଶ୍ବ ମଞ୍ଚରେ କଲେ ଛୋଟ କାମ…

ପିଏମ୍ ମୋଦୀଙ୍କୁ ହଟାଇ, ସେୟାର କଲେ କ୍ରପ୍ଡ ଫଟୋ…

SCO ସମ୍ମିଳନୀରେ ପାକିସ୍ତାନର ଛୋଟ ପ୍ରକୃତି ପୁଣି ପଦାରେ ପଡିଛି । ସାଧାରଣ ଫଟୋକୁ ନେଇ ପାକିସ୍ତାନର ଏମିତି କାରନାମାକୁ ଚାରିଆଡୁ ନିନ୍ଦା ମିଳିଛି ।      ତେବେ କିର୍ଗିଜସ୍ତାନର ବିଶକେକ୍‌ରେ ଅନୁଷ୍ଠିତ SCO ସମ୍ମିଳନୀରେ ରାଷ୍ଟ୍ରମୁଖ୍ୟମାନଙ୍କର ଗ୍ରୁପ୍ ଫଟୋକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ କାର୍ଯ୍ୟାଳୟ ନିଜ X ଆକାଉଣ୍ଟରେ ପୋଷ୍ଟ କରିଥିଲା। କିନ୍ତୁ ଏହି ଫଟୋରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବାକୁ ମିଳିନଥିଲା।

ପରେ ଜଣାପଡ଼ିଲା, ପାକିସ୍ତାନ ଗ୍ରୁପ୍ ଫଟୋଟିକୁ କ୍ରପ୍ କରି ପୋଷ୍ଟ କରିଥିଲା । ଆଉ ଜାଣିଶୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାଟିଦେଇଥିଲା । କେବଳ ମୋଦୀ ନୁହେଁ, ଇରାନର ରାଷ୍ଟ୍ରପତିଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ କ୍ରପ୍ ହୋଇଥିବା ଫଟୋରୁ ବାଦ ପଡ଼ିଥିଲେ। ଏପରିକି SCO ସମ୍ମିଳନୀର ଲୋଗୋ ମଧ୍ୟ ଦେଖାଯାଉନଥିଲା।

ଏହାକୁ ନେଇ ସୋସିଆଲ୍ ମିଡିଆରେ ପାକିସ୍ତାନକୁ ଜୋରଦାର ଟ୍ରୋଲ୍ କରାଯାଇଥିଲା। ଲୋକେ ମୂଳ ଫଟୋ ଶେୟାର କରି ପାକିସ୍ତାନ PMOର ପୋଷ୍ଟ ସହ ତୁଳନା କରିଥିଲେ। ମୂଳ ଫଟୋରେ ଶେହବାଜ ଶରିଫ ଡାହାଣପଟୁ ଚତୁର୍ଥ ସ୍ଥାନରେ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ଥିଲେ। ହେଲେ ପାକିସ୍ତାନ ଦ୍ବାରା ସେୟାର କରାଯାଇଥିବା ଫଟୋରେ କେବଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜଙ୍କୁ ଫକୋସ୍ କରି ଜୁମ୍ କରାଯାିଥିବା ଫଟୋ ହିଁ ନିଆଯାଇଥିଲା । କ୍ରପ୍ କରାଯାଇଥିବା ଫଟୋରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଅନ୍ୟ ନେତାଙ୍କ ସହ ଶେହବାଜ ଶରିଫଙ୍କୁ ପ୍ରାୟ କେନ୍ଦ୍ରରେ ଦେଖାଯାଉଥିଲା। ଫଟୋରୁ ମୋଦୀଙ୍କ ସହ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍, ବେଲାରୁଷ ରାଷ୍ଟ୍ରପତି ଆଲେକ୍ସାଣ୍ଡର ଲୁକାଶେଙ୍କୋ, କାଜାଖସ୍ତାନ ରାଷ୍ଟ୍ରପତି କାସିମ-ଜୋମାର୍ଟ ଟୋକାଏଭ୍ ଏବଂ SCO ସେକ୍ରେଟାରୀ-ଜେନେରାଲ୍ ମଧ୍ୟ ବାଦ ପଡ଼ିଥିଲେ।

କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଶେୟାର କରିଥିବା ପୂରା ମୂଳ ଫଟୋ ସାମ୍ନାକୁ ଆସିବା ପରେ ପାକିସ୍ତାନର ଏହି ଏଡିଟିଂ ଧରାପଡ଼ିଗଲା। ସୋସିଆଲ୍ ମିଡିଆରେ ଲୋକେ ଏହାକୁ ‘ଛୋଟ ମାନସିକତା’ ଏବଂ ‘ସସ୍ତା ଷ୍ଟଣ୍ଟ’ ବୋଲି ଟ୍ରୋଲ୍ କରିଥିଲେ।

ଏହି ଘଟଣା ପଛରେ କିଛି ରାଜନୈତିକ କାରଣ ଥିଲା କି? କାରଣ, ଫଟୋ ପୋଷ୍ଟ ହେବା ପୂର୍ବରୁ ମୋଦୀ SCO ମଞ୍ଚରୁ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଇଥିଲେ। ଆତଙ୍କବାଦକୁ ନୀତିର ଅସ୍ତ୍ର କରୁଥିବା ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଓ ସମର୍ଥନ ଦେଉଥିବା ଦେଶକୁ କଡ଼ା ବାର୍ତ୍ତା ଦେବାକୁ ସେ କହିଥିଲେ। ଏହାର ଇଙ୍ଗିତ ପାକିସ୍ତାନ ଆଡ଼କୁ ଥିବା ଭାବେ ଚର୍ଚ୍ଚା ହୋଇଥିଲା।

ବିବାଦ ବଢ଼ିବା ପରେ ଶେହବାଜ ଶରିଫ ନିଜ ବ୍ୟକ୍ତିଗତ X ଆକାଉଣ୍ଟରୁ ପରେ ପୂରା ଗ୍ରୁପ୍ ଫଟୋ ପୋଷ୍ଟ କରି ଡ୍ୟାମେଜ୍ କଣ୍ଟ୍ରୋଲ୍ କରିଥିଲେ। ଏହାପରେ ଶେହବାଜ ଶରିଫ ନିଜ X ଆକାଉଣ୍ଟରୁ ସେ ଆତଙ୍କବାଦ ବିରୋଧରେ ପାକିସ୍ତାନର ‘ବଳିଦାନ’ କଥା କହିବା ସହ ଜଳକୁ ଅସ୍ତ୍ର ଭାବେ ବ୍ୟବହାର ନକରିବାକୁ ମଧ୍ୟ କହିଥିଲେ। ଏହି ଟିପ୍ପଣୀକୁ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିବା ନିଷ୍ପତ୍ତି ସହ ଯୋଡ଼ି ଦେଖାଯାଉଛି।

ତେବେ ପାକିସ୍ତାନ PMO ପକ୍ଷରୁ ପ୍ରଥମ ଫଟୋ କାହିଁକି କ୍ରପ୍ କରାଯାଇଥିଲା, ତାହାର ସ୍ପଷ୍ଟ କାରଣ ଏଯାଏଁ ସାମ୍ନାକୁ ଆସିନଥିବା ବେଳେ ପୁଣି ଥରେ ପାକିସ୍ତାନର ହୀନ ରାଜନୀତିକୁ ଦର୍ଶାଇଛି ।

Leave A Reply

Your email address will not be published.