ମୁ୍ମ୍ବାଇ: ବକ୍ସ ଅଫିସରେ ଏବେ ଚର୍ଚ୍ଚାରେ ଶୋଭିନାୱ ସତ୍ୟାଙ୍କ ଅଭିନୀତ ଭକ୍ତିଭିତ୍ତିକ ଫିଲ୍ମ ‘ହନୁମାନ ଅଂଶ’। ନୀମ କରୋଲି ବାବାଙ୍କ ଜୀବନକୁ ଆଧାର କରି ନିର୍ମିତ ଏହି ଫିଲ୍ମ ଆରମ୍ଭରେ ଧିମା ଥିଲେ ମଧ୍ୟ ଏବେ ବକ୍ସ ଅଫିସରେ ଜବରଦସ୍ତ କମାଲ କରୁଛି। ରିଲିଜ୍ର ଚତୁର୍ଥ ସପ୍ତାହରେ ଫିଲ୍ମର ଇଣ୍ଡିଆ ନେଟ୍ କଲେକ୍ସନ ୫୪.୧୩ କୋଟି ଟଙ୍କା ଛୁଇଁଛି।
ଅଗଷ୍ଟ ୭ରେ ରିଲିଜ୍ ହୋଇଥିବା ଫିଲ୍ମଟି ପ୍ରଥମ ଦିନ ମାତ୍ର ୦.୧୦ କୋଟି ଟଙ୍କା କମାଇଥିଲା। ପ୍ରଥମ ସପ୍ତାହରେ ମୋଟ କଲେକ୍ସନ ଥିଲା ମାତ୍ର ୧.୦୮ କୋଟି। କିନ୍ତୁ ତୃତୀୟ ସପ୍ତାହରୁ ପଜିଟିଭ୍ ୱର୍ଡ ଅଫ୍ ମାଉଥ୍ ଯୋଗୁ ଫିଲ୍ମର କଲେକ୍ସନରେ ବଡ଼ ଉଛାଳ ଆସିଥିଲା। ଆଉ ଏବେ ୨୬ତମ ଦିନରେ ଫିଲ୍ମଟି ୮.୫୦ କୋଟି ଟଙ୍କା କମାଇଛି। ଏହା ପୂର୍ବଦିନର ୫.୫୦ କୋଟି କଲେକ୍ସନଠାରୁ ପ୍ରାୟ ୫୪.୫% ଅଧିକ। ଏହି ଦିନ ୭,୦୦୮ଟି ଶୋ’ରେ ପ୍ରାୟ ୪୬% ଅକ୍ୟୁପାନ୍ସି ରହିଥିଲା। ଫିଲ୍ମର ଇଣ୍ଡିଆ ଗ୍ରସ୍ କଲେକ୍ସନ ଏବେ ୬୩.୮୨ କୋଟି ଟଙ୍କା।
ନୀମ କରୋଲି ବାବାଙ୍କ ଭୂମିକାରେ ଶୋଭିନାୱ ସତ୍ୟାଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା ମିଳୁଛି। ଫିଲ୍ମରେ ଭିହାନ୍ ସେଡ୍ଗେ, ଚନ୍ଦନ ଆନନ୍ଦ, ପୂର୍ଣ୍ଣିମା ତିୱାରୀ, ଅନିଲ ରସ୍ତୋଗୀ ଓ ଗୁଲଶନ ପାଣ୍ଡେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମର ରନ୍ଟାଇମ୍ ୨ ଘଣ୍ଟା ୩୦ ମିନିଟ୍ ରହିଛି।
ନୂଆ ବଲିଉଡ୍ ଓ ସାଉଥ୍ ଫିଲ୍ମ ରିଲିଜ୍ ହେଉଥିବା ସତ୍ତ୍ୱେ ‘ହନୁମାନ ଅଂଶ’ର ବକ୍ସ ଅଫିସ୍ ଦୌଡ଼ ଜାରି ରହିଛି।

