Latest Odisha News

BREAKING NEWS

ନିର୍ବାଚନ ଲଢ଼ିବେନିକି ପ୍ରସନ୍ନ ଆଚାର୍ଯ୍ୟ? ପରୋକ୍ଷରେ ଦେଲେ ଇସାରା

ଭୁବନେଶ୍ୱର: ୨୦୨୯ରେ ନିର୍ବାଚନ ଲଢ଼ିନପାରନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ନୂଆପିଢ଼ିଙ୍କୁ ବାଟ ଛାଡ଼ିବା ନେଇ ପରୋକ୍ଷରେ ଦେଲେ ଇସାରା। ଏନେଇ ବିରୋଧୀ ଦଳ ଉପନେତା କହିଛନ୍ତି, ପିଢ଼ି ପରେ ପିଢ଼ି ଆସୁଛନ୍ତି ମୂଲ୍ୟବୋଧର ପରିବର୍ତ୍ତନ ହେଉଛି। ମୋ ମତରେ ରାଜନୀତିରେ ନୂଆପିଢ଼ି ଆସିବା ଦରକାର। ଆଗାମୀ ଦିନରେ ସମାଜକୁ ଯୁବପିଢ଼ି ହିଁ ସମ୍ଭାଳିବେ। ନୂଆ ପିଢ଼ିଙ୍କୁ ସବୁ କ୍ଷେତ୍ରରେ ସୁଯୋଗ ଦେବା ଦରକାର। ରାଜନୀତିର ମୂଲ୍ୟ ବୋଧ ନିମ୍ନଗାମୀ ନହେଉ ବୋଲି କହିଛନ୍ତି ପ୍ରସନ୍ନ।

ପ୍ରସନ୍ନ ପୁଣି କହିଛନ୍ତି, ରାଜନୀତି କେବଳ ଭୋଟ ଲଢି ସାଂସଦ କିମ୍ବା ବିଧାୟକ ହେବା ନୁହେଁ। ଦୁନିଆ ପରିବର୍ତ୍ତନଶୀଳ। ରାଜନୀତି ବି କ୍ଷଣେ କ୍ଷଣେ ବଦଳୁଛି। ତେଣୁ ଆଗାମୀ ଦିନରେ ଯୁବପିଢିଙ୍କ ହାତରେ ଦାୟିତ୍ୱ ଦେବାର ସମୟ ଆସିଛି। ଗାନ୍ଧୀ, ଜୟପ୍ରକାଶଙ୍କ ଉଦାହରଣ ଦେଇ କହିଛନ୍ତି, ସେମାନେ ମଧ୍ୟ ରାଜନୀତି କରିଥିଲେ କିନ୍ତୁ ଭୋଟ ଲଢୁନଥିଲେ। ୨୦୨୯ ନିର୍ବାଚନ ଏବେ ଦୂରରେ ଥିଲେ ମଧ୍ୟ ପ୍ରସନ୍ନଙ୍କ ଏଭଳି ବୟାନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.