Latest Odisha News

BREAKING NEWS

ଏଥର ଆଗୁଆ ଆସିପାରେ ଖରାଦିନ, ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ: ପ୍ରସ୍ତୁତି ହେଲେଣି ରାଜ୍ୟ ସରକାର

ଭୁବନେଶ୍ୱର: ଚଳିତଥର ଖରା ମାସ ଆଗୁଆ ଆରମ୍ଭ ହୋଇପାରେ। ଏନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶୀଘ୍ର ସମାପ୍ତ ହୋଇପାରେ ମୌସୁମୀ। ଆଉ ତା’ପରେ ଆଗୁଆ ଆରମ୍ଭ ହୋଇପାରେ ଖରା ମାସ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ଚଳିତଥର ଖରା ମାସ ଆଗୁଆ ଆରମ୍ଭ ହୋଇପାରେ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତବର୍ଷ ତୁଳନାରେ ଏଥର ଅଧିକ ତାତି ସହ ଗୁଳିଗୁଳି ଅନୁଭୂତ ହୋଇପାରେ । ଏନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ ଏସ୍‌ଆର୍‌ସି ଅଧ୍ୟୟନ ଜାରି ରଖିଛନ୍ତି । ତେବେ ଏହା ପ୍ରାଥମିକ ଆକଳନ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ଅଧ୍ୟୟନ ପରେ ହିଁ ଚିତ୍ର ସ୍ପଷ୍ଟ ହେବ । ଏଥିପାଇଁ ଲୋକେ ବ୍ୟସ୍ତ ହେବାର ନାହିଁ । ସମ୍ଭାବ୍ୟ ଗ୍ରୀଷ୍ମ ଋତୁକୁ ନେଇ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି କରୁଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.