Latest Odisha News

BREAKING NEWS

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ବୁଧବାର ଦିନ ଶ୍ରୀଜିଉଙ୍କ ‘ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଥିଲା। ଯାହା ଫଳରେ ପ୍ରାୟ ଏକ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା।

ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ସକାଳେ ମନ୍ଦିର ଦ୍ୱାର ଖୋଲିବା ପରେ ଦୈନନ୍ଦିନ ନୀତିକାନ୍ତି ସ୍ୱାଭାବିକ ଭାବେ ଚାଲିଥିଲା। ଅବକାଶ ପୂଜା ପରେ ଜଣେ ସେବକ ସାଧାରଣ ପୋଷାକ ପରିହିତ ଅବସ୍ଥାରେ ଠାକୁରଙ୍କୁ ସ୍ପର୍ଶ କରିଥିଲେ ବୋଲି ଜଣାପଡ଼ିଛି।

ମନ୍ଦିରର ନୀତିନିୟମ ଅନୁସାରେ, ଏହା ପରେ ଦେବତାଙ୍କ ମହାସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା।

ମହାସ୍ନାନ ନୀତି ଯୋଗୁଁ ଦେବତାଙ୍କ ସାଧାରଣ ଦର୍ଶନ ପ୍ରାୟ ୧ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ତେବେ ମହାସ୍ନାନ ଓ ତତ୍‌ସଂଲଗ୍ନ ନୀତି ସମ୍ପନ୍ନ ହେବା ପରେ ପୁନର୍ବାର ସାଧାରଣ ଦର୍ଶନ ଆରମ୍ଭ ହେବ। ଏହି ସାମୟିକ ସ୍ଥଗିତାଦେଶ ମନ୍ଦିରର ନୀତିକାନ୍ତି ପ୍ରକ୍ରିୟାର ଏକ ଅଂଶ ଥିଲା ଏବଂ ଏହି ସମୟ ମଧ୍ୟରେ ମନ୍ଦିର ପ୍ରଶାସନକୁ ସହଯୋଗ କରିବା ପାଇଁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଥିଲା ବୋଲି କୁହାଯାଇଛି।

Leave A Reply

Your email address will not be published.