ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ନିର୍ମାତା ଅନୁଷ୍କା ଶର୍ମା ଆଉ ଏକ ଆନ୍ତର୍ଜାତୀୟ ସଫଳତା ହାସଲ କରିଛନ୍ତି । ବିଶ୍ୱର ସବୁଠାରୁ ଅଧିକ ଫଲୋଅର୍ସ ଥିବା ଆଥଲେଟ୍ ପାର୍ଟନର୍ସ ତାଲିକାରେ ଅନୁଷ୍କା ୪ର୍ଥ ସ୍ଥାନ ଅଧିକାର କରିଛନ୍ତି । ଏହି ଗ୍ଲୋବାଲ୍ ଟପ୍-୫ ତାଲିକାରେ ସାମିଲ ହେବାରେ ସେ ଏକମାତ୍ର ଭାରତୀୟ ତଥା କ୍ରିକେଟ୍ ଜଗତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ମହିଳା । ତାଲିକାର ଶୀର୍ଷ-୫ ଷ୍ଟାର୍ସ: ୧. କିମ୍ କାର୍ଦାସିଆନ୍ ୩୪.୩ କୋଟି ଫଲୋଅର୍ସ ୨. ଟେଲର୍ ସ୍ୱିଫ୍ଟ ୨୭.୨ କୋଟି ଫଲୋଅର୍ସ ୩. ଜୋର୍ଜିନା ରୋଡ୍ରିଗେଜ୍ ୭.୮୩ କୋଟି ଫଲୋଅର୍ସ ୪. ଅନୁଷ୍କା ଶର୍ମା ୬.୭୩ କୋଟି ଫଲୋଅର୍ସ ୫. ଭର୍ଜିନିଆ ଫୋନ୍ସେକା ୫.୬୫ କୋଟି ଫଲୋଅର୍ସ । ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ସହ ବିବାହ ପରେ ବି ଅନୁଷ୍କା ବଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଲୋକପ୍ରିୟତା ବଜାୟ ରଖିଛନ୍ତି । ଫୁଟବଲ୍, ଫର୍ମୁଲା-୧ଏବଂ ଆମେରିକାନ୍ ଫୁଟବଲର ତାରକାମାନଙ୍କ ମଧ୍ୟରେ ଅନୁଷ୍କା କ୍ରିକେଟ୍ର ପ୍ରତିନିଧିତ୍ୱ କରୁଥିବା ଶୀର୍ଷ ଚେହେରା ହୋଇଛନ୍ତି ।
ଅନୁଷ୍କା ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ ଜୀବନ ଓ ସଂଘର୍ଷ ଉପରେ ଆଧାରିତ ଫିଲ୍ମର ଶୁଟିଂ ଶେଷ ହୋଇଥିଲେ ମଧ୍ୟ ନିର୍ମାତା ଏବଂ ଓଟିଟି ପ୍ଲାଟଫର୍ମ ମଧ୍ୟରେ କିଛି ମତଭେଦ ଓ ଆଭ୍ୟନ୍ତରୀଣ କାରଣରୁ ଏହାର ରିଲିଜ୍ ଅଟକି ରହିଛି । ଅନୁଷ୍କା ନିଜର ପ୍ରୋଡକ୍ସନ୍ ହାଉସ୍ କ୍ଲିନ୍ ସ୍ଲେଟ୍ ଫିଲ୍ମଜ ର ପରିଚାଳନା ଦାୟିତ୍ୱରୁ ଓହରି ଯାଇଛନ୍ତି, ଯାହାଫଳରେ ସେ ସମ୍ପୂର୍ଣ୍ଣ ଭାବେ ନିଜର ଅଭିନୟ ଏବଂ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେଇପାରିବେ । ବର୍ତ୍ତମାନ ଏହାର ସମସ୍ତ ପରିଚାଳନା ତାଙ୍କ ଭାଇ କର୍ଣ୍ଣେଶ ଶର୍ମା କରୁଛନ୍ତି । ଆମ୍ବାସାଡର ସିନେମା ବ୍ୟତୀତ ଅନୁଷ୍କା ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଆମ୍ବାସାଡର, ଫ୍ୟାଶନ୍ ଏଣ୍ଡୋର୍ସମେଣ୍ଟ ଏବଂ ଆନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକରେ କାର୍ୟ୍ୟରତ ଅଛନ୍ତି।

