ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ ଅଛି। ଏହା ପୂର୍ବରୁ ଆଦିବାସୀ ଭୋଟ ବ୍ୟାଙ୍କ ମଜବୁତ କରିବାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ସଙ୍ଗଠନକୁ ପୁନର୍ଗଠନ କରିଛନ୍ତି। ଏହି ଆଦିବାସୀ ସେଲର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ନବୀନ ପଟ୍ଟନୀୟକ ନିଯୁକ୍ତ କରିଛନ୍ତି। ଏହାସହ ଦଳର ୩ ବରିଷ୍ଠ ନେତା ଯଥାକ୍ରମେ ମଙ୍ଗଳା କିଷାନ, ରମେଶ ମାଝୀ ଓ ସାଲୁଗା ପ୍ରଧାନଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି।
ଏହାବାଦ୍ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ଭାବେ ଅନେକ ନେତାଙ୍କୁ ନିଯୁକ୍ତ କରାଯାଇଛି। ବଡ଼ କଥା ହେଉଛି ଶାସକ ଦଳ ବିଜେପି ବିଭିନ୍ନ ସମୟରେ ଆଦିବାସୀ କାର୍ଡ ଖେଳି ନିଜ ସପକ୍ଷରେ ଜନାଦେଶ ରଖିବାକୁ ପ୍ରୟାସ କରେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ବିଭିନ୍ନ ଦଳର ନେତାଙ୍କୁ ଆମଦାନୀ କରି ସଙ୍ଗଠନକୁ ମଜଭୁତ କରିବାକୁ ପ୍ରୟାସ କରୁଥିବା ବେଳେ ନବୀନ ପଟ୍ଟନାୟକ ଦଳ ଭିତରେ ଆଦିବାସୀ ନେତାଙ୍କ ମଧ୍ୟରେ ମନବଳକୁ ବୃଦ୍ଧି କରିବାକୁ ଯାଇ ପଞ୍ଚାୟତ ନିର୍ବାଚନର କିଛି ମାସ ପୂର୍ବରୁ ଏପରି ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ସେ ଅନେକ ନେତାଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରି କନ୍ଦଳକୁ ଏଡାଇବାକୁ ପ୍ରୟାସ କରିଛନ୍ତି।
ରାଜ୍ୟ ଆଦିବାସୀ ସେଲରେ ଅନ୍ତର୍ଭୁକ୍ତ ନେତାଙ୍କ ତାଲିକା:
ପରାମର୍ଶଦାତା:
- ମଙ୍ଗଳା କିଷାନ୍
- ରମେଶ ମାଝୀ
- ସାଲୁଗା ପ୍ରଧାନ
ସଭାପତି:
- ସୁଦାମ ମାର୍ଣ୍ଡି
କାର୍ଯ୍ୟରତ ସଭାପତି:
- ପ୍ରଦୀପ ମାଝୀ
- ନିରଞ୍ଜନ ବିଶି
ଉପସଭାପତି:
- ଜଗନ୍ନାଥ ସାରକା
- ମନୋହର ରାନ୍ଧାରୀ
- ପ୍ରଦୀପ ଦିଶାରୀ
- ମାନସ ମାଡକାମି
- ଯୋଗେଶ ସିଂ
- ବାସନ୍ତୀ ହେମ୍ବ୍ରମ
- ମାଧବ ସର୍ଦ୍ଦାର
- ବାର୍ ସିଂ ବରୀହା
- ସାନନ୍ଦା ମାର୍ଣ୍ଡି
- ପଦ୍ମିନୀ ଦିଆନ୍
![]()
![]()
ସେହିପରି ସାଧାରଣ ସମ୍ପାଦକରେ ୧୮ ଜଣ ଏବଂ ସମ୍ପାଦକରେ ୨୧ ଜଣଙ୍କୁ ଦଳୟୀ ଦାୟିତ୍ୱ ଦିଆଯାଇଛି।




Comments are closed.