Latest Odisha News

BREAKING NEWS

ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା

ଆଇଚି-ନାଗୋୟା: ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ଏସିଆନ୍ ଗେମ୍ସ ୨୦୨୬ରେ ମଙ୍ଗଳବାର (୨୯ ସେପ୍ଟେମ୍ବର) ଭାରତ ପାଇଁ ଏକ ଅତ୍ୟନ୍ତ ସଫଳ ଦିନ ସାବ୍ୟସ୍ତ ହୋଇଛି । ମହିଳା ୪ଗୁଣନ୪୦୦ ମିଟର ରିଲେ ଇଭେଣ୍ଟରେ ଭାରତୀୟ ଦଳ(କିରଣ ପହଲ, ପୂବମ୍ମା ମାଚେତ୍ତିରା, ପ୍ରାଚୀ ଏବଂ ଭିଥ୍ୟା ରାମରାଜ) ଚମତ୍କାର ପ୍ରଦର୍ଶନ କରି ଚଳିତ ଏସିଆନ୍ ଗେମ୍ସର ଆଥଲେଟିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ବିଜୟ ସହ ଭାରତର ମୋଟ ମେଡାଲ୍ ସଂଖ୍ୟା ୫୦ ଅତିକ୍ରମ କରି ୫୨ (୬ ଗୋଲ୍ଡ, ୨୧ ସିଲଭର୍ ଓ ୨୫ ବ୍ରୋଞ୍ଜ)ରେ ପହଞ୍ଚିଛି ।  ଭାରତୀୟ ଦଳ ୩:୨୯.୬୯ ମିନିଟ୍ ସମୟ ନେଇ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ବାହାରିନ୍ ସିଲଭର୍ (୩:୩୦.୨୧) ଏବଂ ଚୀନ୍ ବ୍ରୋଞ୍ଜ ମେଡାଲ୍ (୩:୩୧.୦୨) ଜିତିଥିଲେ ।

ଗୁଲବୀର ସିଂହଙ୍କ ପରେ ଭିଥ୍ୟା ରାମରାଜ ମଧ୍ୟ ଚଳିତ ଗେମ୍ସରେ ୩ଟି ମେଡାଲ୍ (୪ଗୁଣନ୪୦୦ ରିଲେରେ ଗୋଲ୍ଡ, ମିକ୍ସଡ୍ ରିଲେରେ ସିଲଭର୍ ଓ ୪୦୦ମିଟର ହର୍ଡଲ୍ସରେ ବ୍ରୋଞ୍ଜ) ଜିତିବାର ଗୌରବ ହାସଲ କରିଛନ୍ତି । ନୀରୁ ଧାଣ୍ଡା ମହିଳା ଟ୍ରାପ୍ ସୁଟିଂ ଇଭେଣ୍ଟରେ ଭାରତ ପାଇଁ ଗୋଲ୍ଡ, ଗୁଲବୀର ସିଂହ (ଆଥଲେଟିକ୍ସ) ପୁରୁଷ ୫୦୦୦ ମିଟର ଦୌଡ଼ରେ ବ୍ରୋଞ୍ଜ  ଜିତି ନିଜର ମେଡାଲ୍ ହ୍ୟାଟ୍ରିକ୍ ପୂରଣ କରିଥିଲେ । ପୁରୁଷ ୪ଗୁଣନ୪୦୦ମିଟର ରିଲେରେ ଧର୍ମବୀର, ମନୁ ଟି, ଜୟ କୁମାର ଓ ବିଶାଳ ଟି.କେ.ଙ୍କ ଦଳ ବ୍ରୋଞ୍ଜ ମେଡାଲ୍ ହାସଲ କରିଛନ୍ତି । ପୂଜା ସିଂହ  ମହିଳା ହାଇ ଜମ୍ପରେ ବ୍ରୋଞ୍ଜ , ୪ଗୁଣନ୧୦୦ମିଟର ମିକ୍ସଡ୍ ରିଲେରେ ଗୁରୁଇନ୍ଦରବୀର, ସ୍ନେହା, ଅନିମେଷ ଓ ହାରିତଙ୍କ ଦଳ ବ୍ରୋଞ୍ଜ ମେଡାଲ୍ ଜିତିଛନ୍ତି ।

Leave A Reply

Your email address will not be published.